-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗିର ,ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍ମୁଣ୍ଡା ପଂଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ କୁତ୍ମୁଣ୍ଡା ଠାରେ ହୋଇଥିବା ୧୬ ପ୍ରହରୀ ନାମଯଜ୍ଞ ଅବସରରେ ୩ ଦିନ ଧରି ଲୋକମାନଙ୍କୁ ଚଳିତ ବର୍ଷର ପ୍ରଚଣ୍ଡ ରୁଦ୍ରତାପକୁ ଦୃଷ୍ଟିରେ ରଖି ଜଳଦାନ ଦେବ ସହ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କୂଳମଣୀ ମେହେରଙ୍କ ତତ୍ତ୍ୱାବଧାନ ଓ ଜୁନିୟର
ରେଡକ୍ରସ କାଉନସିଲର ଘନଶ୍ୟାମ ମେହେରଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଯୋଗଦାନ କରିଥିଲେ । ୧୬ ପ୍ରହରୀ ନାମଯଜ୍ଞକୁ ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ସାଧା ପାଣି, ଦହି ପାଣି, ଗୁଡ ପାଣି ଦେବା ସହ ଅଂଶୁଘାତ ପ୍ରତି ସତର୍କତା ମୂଳକ ପଦକ୍ଷେପ : ଟାଣ ଖରାରେ ପଦାକୁ ବାହାରକୁ ବାହରନ୍ତୁ ନାହିଁ ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଳେ ମୁଣ୍ଡରେ ଓଦା ଗାମୁଛା ଘୋଡାନ୍ତୁ ଏବଂ ଛତା ଓ ଚଷମା ବ୍ୟବହାର କରିବା ସହ ପ୍ରଚୁର ମାତ୍ରାରେ ପାଣି ପିଇବା ପାଇଁ ଲୋକମାନଙ୍କୁ ଜୁନିୟର ରେଡକ୍ରସର ଜୁନିଅରମାନେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ
ବିଦ୍ୟାଳୟର କିରାଣୀ ଭଗବାନ ମେହେର, ଜୁନିଅର ଗୋବର୍ଦ୍ଧନ ମେହେର, ଝରଣା ମେହେର, ଉର୍ମିଳା ପୁଟେଲ, ଲିଜାରାଣୀ ଭୋଇ, ବର୍ଷା ଭୋଇ, ଶୃତିସ୍ମିତା ବନଗୁଲା, ରାହୁଲ ମେହେର, ରେଶ୍ମି ମେହେର, ଶିବା ସେଠ, ଯୁଧିଷ୍ଟିର ଭୋଇ, ମମତା ଭୋଇ, ହିରାବତୀ ମେହେର, ଲୋଚନା ଭୋଇ, ଜିତେନ୍ଦ୍ର ପଟେଲ, ପ୍ରକାଶ ସଲତର, ଜ୍ୟୋସ୍ନା ମେହେର, ଚିତ୍ରରେଖା କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
( ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)