-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବରଗଡ଼: ପଶ୍ଚିମାଞ୍ଚଳର ତ୍ରୀର୍ଥକ୍ଷେତ୍ର ବରଗଡ଼ ଜିଲ୍ଲା ପାଇକମାଳ ଠାରୁ ଅନତିଦୂରରେ ଅବସ୍ଥିତ । ଏଠାରେ କୁଇତା ସମାଜ କୁ ନେଇ ଗଢ଼ିଉଠିଥିବା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଠାରେ ବାବା ବିଶାଶହେ କୁଳ କୁଲୁତା ସମାଜ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାସନ୍ତିକ ପୂଜା ମହୋତ୍ସବ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ କରିଛି । ପଦ୍ମପୁର ଦେଉଳୀ ଗ୍ରାମରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧ୍ୱଜଯାତ୍ରା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରକୁ ଶ୍ରୀ ସତକୁମାର ତୁରିଆ ଓ ସହତ ସାହୁ ଙ୍କ ତତ୍ବାବଧାନରେ ପହଞ୍ଚିଥିଲା । ମନ୍ଦିର ରେ ଧ୍ୱଜ ଯାତ୍ରାରେ ଆସିଥିବା ସମସ୍ତ ସଦସ୍ୟ ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।କର୍ତ୍ତା ଭାବରେ ଶ୍ରୀ ଯଶୋବନ୍ତ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦମୟନ୍ତୀ ପ୍ରଧାନ ସମସ୍ତ ପୂଜା ଦାୟିତ୍ଵ ତୁଲାଇଥିଲେ । ପଣ୍ଡିତ ଶ୍ରୀମାନ ମିତ୍ରଭାନୁ ଦେବତା ମନ୍ତ୍ରପାଠ କରିଥିବାବେଳେ, ମନ୍ଦିର ପୂଜକ ଶ୍ରୀମାନ ଉଦ୍ଧବ ପ୍ରଧାନ ଦେବୀ ଙ୍କୁ ମହାସ୍ନାନ କରିଥିଲେ । ଉକ୍ତ ସମୟରେ ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ଜମିବା ଦେଖିବାକୁ ମିଳିବା ସଙ୍ଗେ ସଙ୍ଗେ ମାଁ ଙ୍କ ଠାରୁ ଆଶ୍ରିର୍ବାଦ ଭିକ୍ଷା ମାଗିଥିଲେ । ପଦ୍ମପୁର ଉପଖଣ୍ଡ କାର୍ଯ୍ୟକାରୀଣି ର ସଭାପତି ଭୋଲାନାଥ ପ୍ରଧାନ, ସମ୍ପାଦକ ଟାଇଲ ଚନ୍ଦ୍ର ଭୋଇ, ସତକୁମାର ତୁରିଆ, ଗୋକୁଲ ପ୍ରଧାନ, ଅମୃତ ଭୋଇ ଙ୍କ ସମେତ କାର୍ଯ୍ୟକାରୀଣି କମିଟି ର ସମସ୍ତ ସଦସ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନ କରିଥିଲେ ।