-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ଖୁବ ଧୂମଧାମ ରେ ପାଳନ କରାଯାଉଥିବା ବେଳେ ଉକ୍ତ ଦିନ କୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ମାନିଥାନ୍ତି ଓଡ଼ିଶାବାସୀ | ନୟାଗଡ଼ ଜିଲ୍ଲା ରେ ଦଣ୍ଡଯାତ୍ରା ଗ୍ରାମାଞ୍ଚଳ ରେ ଚଳିତ ବର୍ଷ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ପଣାସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ଏବଂ ଅରଟି ଯାତ୍ରା ଅନୁଷ୍ଠିତ ହୋଇଛି | ଇତ୍ୟାବଶରରେ ଖଣ୍ଡପଡା ବ୍ଳକ କୁମ୍ଭାରପଡ଼ା ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ଅରଟି ଯାତ୍ରା ରେ ପାଞ୍ଚହଜାର ରୁ ଉର୍ଦ୍ଧ ଦର୍ଶକ ଙ୍କ ସମାଗମ ହୋଇଥିବା ଦୃଷ୍ଟିଗୋଚର ହୋଇଛି | ଦୀର୍ଘ ବର୍ଷ ହେଲା ଏହି ପରମ୍ପରା କୁମ୍ଭାରପଡ଼ା ରେ ହୋଇଆସୁଥୁବା ବେଳେ ଏହା ଏବେ ସାରା ଜିଲ୍ଲା ରେ ପ୍ରସିଦ୍ଧ ହୋଇସାରିଛି | ଚଳିତ ବର୍ଷ ର ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୁମ୍ଭାରପଡ଼ା ର ସରପଞ୍ଚ ଚିନ୍ମୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ନିରଞ୍ଜନ ବେହେରା, ଖଣ୍ଡପଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡା, ସମିତି ସଭ୍ୟ ନରେନ୍ଦ୍ର ନାଥ ଦାଶ, ପ୍ରମୁଖ ମଞ୍ଚାସିନ ଥିଲେ | କୁମ୍ଭାରପଡ଼ା ର ବିଭିନ୍ନ ପର୍ବପର୍ବାଣି ଗୁଡିକ ମଧ୍ୟରୁ ଉକ୍ତ ଅରଟି ଯାତ୍ରା ସାରା ଜିଲ୍ଲା ରେ ବେଶ ପ୍ରସିଦ୍ଧ ହୋଇଥିବା ହେତୁ ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମ କୁ ଉଚ୍ଚକୋଟୀର କରିବା ପାଇଁ ସରପଞ୍ଚ ମହୋଦୟ ପ୍ରତିଶୃତି ଦେଇଛନ୍ତି |