-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଗତକାଲି ରାତିରେ ବିନିକା-ଏସ ରାମପୁର ମୁଖ୍ୟ ରାସ୍ତାର ଦାନୀପାଲି ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି।ବିନିକା ବେତେରାପଡ଼ାର ଗୋବିନ୍ଦ ଗୁରୁ ନାମକ ଯୁବକ ବିଶାଳପାଲି ସ୍ଥିତ କନ୍ୟାକା ରାଇସ ମିଳରେ କାମ ସାରି ନିଜ ଘରକୁ ସାଇକଲ ଯୋଗେ ଫେରୁଥିବାବେଳେ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଗଲା। ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ସଙ୍ଗେ ସଙ୍ଗେ 108 ଯୋଗେ ବିନିକା ଡାକ୍ତର ଖାନାକୁ ଅଣାଯାଇଥିଲା । ଡାକ୍ତର ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଚିହ୍ନଟ କରି ତୁରନ୍ତ ଜବତ କରିବା ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଦାବିନେଇ ଉତକ୍ତ ଲୋକେ ଡାକ୍ତରଖାନା ସଂଭୁଖ ରାସ୍ତାରେ ଶବ ରଖି ରାସ୍ତାରୋକ ଆନ୍ଦୋଳନ ଜାରି ରଖିଥିବା ବେଳେ କଲେଜ ଗେଟ ଓ ପାପ କ୍ଷୟ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଫଳରେ ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି ।ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ବଳବତ୍ତର ରହିଥିବା ଜଣାପଡିଛି ।