-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଠାରେ ଏକ ମାନବବାଦୀ ପଦଯାତ୍ରା ମହାମାନବ ଡ଼l ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଗଲା l ଏହି ଅବସରରେ ସ୍ଥାନୀୟ ଅଗ୍ରେସନ ଭବନ ଠାରୁ ବାହାରି ଜଡାମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା l ଜୟ ଭୀମ ଡ଼l ଆମ୍ବେଦକର ଆମର ରହେ ଅମର ରହେ ଧ୍ଵନିରେ ଲୋଇସିଂହା ସହର ନୀଳ ପତାକାରେ ବିଶାଳ ଜନସମୂହକୁ ନେଇ ପରିକ୍ରମା କରାଯାଇଥିଲା l ପୁଣି ଜଡାମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ନିକଟରେ ବାବା ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଉଦଘାଟନ କରାଯିବା ସହ ଡ଼l ଆମ୍ବେଦକରଙ୍କ ନୋଡାଲ ସେଣ୍ଟରର ଏକ ଲାଇବ୍ରେରୀର ଫାଉଣ୍ଡେସନ ଷ୍ଟୋନ ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା କରାଯାଇଥିଲା l ଏହି ସମୟରେ ବୁଦ୍ଧବନ୍ଦନା, ବୁଦ୍ଧପୂଜା, ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହାପରେ ଜୟନ୍ତୀ ପାଳନ ସଭା ଅନୁଷ୍ଠିତ କରାଗଲା l ଏହି ପାଳନ ସଭାରେ ମୁଖ୍ୟଅତିଥି ବିଧାୟକ ଡ଼l ମୁକେଶ ମହାଲିଙ୍ଗ ବାବାସାହେବ ଆମ୍ବେଦକରଙ୍କ ଜୀବନୀ, ସମାଜ ପାଇଁ ସଂଘର୍ଷ ସହ ନାରୀ ମାନଙ୍କ ସୁରକ୍ଷା, ଶିକ୍ଷା, ଦଳିତବର୍ଗଙ୍କ ସମାଜରେ ସମାନତାର ସହ ବଂଚିବାର ଅଗ୍ରାଧିକାର ବାବାସାହେବଙ୍କ ଯୋଗୁଁ ହିଁ ସମ୍ଭବ ବୋଲି ଅଭିବ୍ୟକ୍ତି ରଖିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ବାରିକ ଯୋଗ ଦେଇ ଆମ୍ବେଦକରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଗୁଡିଏ ତଥ୍ୟ ରଖିଥିଲେ, ମୁଖ୍ୟତଃ ନାରୀମାନଙ୍କ ଭୋଟଦେବା ଠାରୁ ଶିକ୍ଷା ଗ୍ରହଣ ଅଧିକାର ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ରିସୋର୍ରସ ପରସନ ଭାବରେ ଧୀମାନ ସୁନିଲ ନନ୍ଦ, ପ୍ରେମରାଜ ବାଦୀ, ଶେଖ ନଜରୁଲା ଖାନ, ଡ଼l. ସଂଜୀବ ବିଶ୍ୱାଳ, ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ, ଶ୍ରୀଯୁକ୍ତ ବୁଲୁ ବାଦୀ ଉପସ୍ଥିତ ରହି ଡ଼l ବାବାସାହେବ ଆମ୍ବେଦକରଙ୍କ ବିଷୟରେ ଚର୍ଚ୍ଚା ହୋଇଥିଲା l ଏହି ଜୟନ୍ତୀ ପାଳନ ଉତ୍ସବକୁ ଶ୍ରୀଯୁକ୍ତ ସରୋଜ ବିଶ୍ୱାଳ ପରିଚାଳନା କରିଥିଲେ l ପୂର୍ବରୁ ସମ୍ବିଧାନର ପ୍ରସ୍ତାବନାକୁ ମୁଖ୍ୟଅତିଥିଙ୍କ ଦ୍ୱାରା ପଠନ କରାଯାଇଥିଲା l ବହୁଜନ ସମାଜର ବହୁ ଜନସାଧାରଣ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ କରିଵା ସହ ସଭାକାର୍ଯ୍ୟ ଧନ୍ୟବାଦ ସହ ସାଂଗ କରାଗଲା l