-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)ଶ୍ରୀଶ୍ରୀ ସମଲେଶ୍ଵରୀ ଦେବୀଙ୍କ ଚୈତ୍ର ପୂଜା ମହୋତ୍ସବ ସକାଶେ ଯାଦବ ସମାଜ ପକ୍ଷରୁ ପବିତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଠାରେ କଳସଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ହେବାକୁ ଥିବା ପୂଜା ମହୋତ୍ସବ ରେ କର୍ତ୍ତା ଭାବରେ ଅମଠି ଗ୍ରାମପଞ୍ଚାୟତ ର ସରପଞ୍ଚ ଲକ୍ଷେଶ୍ୱର ସିଂ ଥପା ଏବଂ ଶ୍ରୀମତୀ ବୃନ୍ଦାବତୀ ଥପା ଦାୟିତ୍ଵ ତୁଲାଉଛନ୍ତି । ପଣ୍ଡିତ ଜୟକୁମାର ଆଚାର୍ଯ୍ୟ ପୂଜାର୍ଚ୍ଚନା କରୁଥିବାବେଳେ, ଚୈତ୍ର ପୂଜା କମିଟି ର ସଭାପତି ଡୋଲାମଣୀ ମାହାର, ସମ୍ପାଦକ ବାଳକୃଷ୍ଣ ବନଛୋର ଙ୍କ ସମେତ ବନମାଳୀ ଚନ୍ଦନ, ସୁବାଷ ହଂସ, ଗାନ୍ଧୀ ବାଗ, ଭୁବନେଶ୍ୱର ବନଛୋର, ଭାସ୍କର ଭୂଏ, ମଧୁସୂଦନ ପାଣ୍ଡେ, ଗୋବର୍ଦ୍ଧନ ମାହାର, ଜଗନ୍ନାଥ ଥପା ପ୍ରମୁଖ ପୂଜାକାର୍ଯ୍ୟ କୁ ତଦାରଖ କରୁଛନ୍ତି । ଆସନ୍ତାକାଲି ଗଉନବାଡି ଖେଳ ନୃସିଂହନାଥ ଠାରେ ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି ।