-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ)ଆଜି ପଦ୍ମପୁର ରେ ସୂର୍ଯ୍ୟନଗର ସ୍ଥିତ ବ୍ରହ୍ମ କୁମାରୀ ମଣ୍ଡପ ରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମ ସଭାପତି ଶ୍ରୀ ଯୁକ୍ତ ରାଜୁ ଘିବେଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ. ମୁଖ୍ୟ ବକ୍ତା ରୂପେ ଡ ସରୋଜ କୁମାର ନାୟକ ବିଷୁବ ମିଳନ ବିଷୟରେ ଏକ ସାରଗର୍ଭକ ଆଲୋଚନା କରି ଥିଲେ. ମୁଖ୍ୟ ଅତିଥି ଡ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଡ ଦେବାଶିଷ ରଥ ଓ ଅଜିତ ଶତପଥୀ ଯୋଗଦାନ କରିଥିଲେ. ନାଟ୍ୟକାର ଅଶୋକ ବହିଦାର ଓ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ସଂଯୋଜନା ରେ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଥିଲା. ସୁଶ୍ରୀ ଜିତେଶ୍ୱରୀ ଦାଶ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ. ଏହି କାର୍ଯ୍ୟକ୍ରମରେ ବ୍ରହ୍ମ କୁମାରୀ ମୁନକି ଦାଶ ପ୍ରତିମା ବାରିକ ସ୍ଵର୍ଣ କାନ୍ତି ପତି ଅଚ୍ୟୁତା ନନ୍ଦ ସେଠ ଆଶିଷ ବଇ କାର ଗିରିଧାରୀ ସାହୁ ଜୟ କେତନ ତ୍ରିପାଠୀ ନରୋତ୍ତମଦାଶ ବାଳମୁକୁନ୍ଦ ନିଆଲ ପୋୖଲସ୍ତ୍ୟ ସାହା ଭୋଜ ରାଜ ଭୋଇ ସୁଶାନ୍ତ ମହାପାତ୍ର ପ୍ରମୁଖ କବି କବିତା ପାଠ କରିଥିଲେ. ଏହି ଅବସରେ ଅଧ୍ୟାପକ ସନ୍ତୋଷ ସିଂହ ଠାକୁର ଙ୍କୁ ସିରଜିନା ବିଷୁବ ସମ୍ମାନ ରେ ସମ୍ମାନିତ କରାଗଲା. ଶେଷରେ ସାଂସ୍କୃତିକ ସମ୍ପାଦକ ଶ୍ରୀ ଡ଼ ଅବନୀ କାନ୍ତ ସାହୁ ଧନ୍ୟବାଦଅର୍ପଣ କରି ଥିଲେ