-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ବାବା ସିଦ୍ଧେଶ୍ୱର ଶୈବପୀଠ ସାପଲହର ଠାରେ ପ୍ରଭୁ ରାମଚନ୍ଦ୍ର ଙ୍କ ପରମଭକ୍ତ ଜୟ ଶ୍ରୀ ହନୁମାନ ଙ୍କ ବିଗ୍ରହ ସ୍ଥାପନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବରେ ଗ୍ରାମ ର ପୁରନ୍ଦର ରଣା ଏବଂ ତାଙ୍କ ଧର୍ମପତ୍ନୀ କବିତା ରଣା ଦାୟିତ୍ଵ ତୁଲାଇଥିଲେ ।ମହାନ ପୂଜକ ଭାବେ ଅଞ୍ଚଳ ରେ ସୁନାମ ଅର୍ଜନ କରିଥିବା ଗୈାଡମାଲ ର ପୁରୋହିତ
ସଞ୍ଜୟ ପାଢୀ, ମନୋଜ ପାଢୀ ଏବଂ ପୂଜାରୀ ମନୋହର ମହାପାତ୍ର ନିଷ୍ଠା ର ସହ ପୂଜାକାର୍ଯ୍ୟ ତୁଲାଇଥିଲେ । ଗ୍ରାମର ମାଁ ଭଉଣୀ ମାନେ ସମୁଦାୟ ୨୧ ଜଣ ପୂର୍ଣ୍ଣ ଜଳକଳସ ବୋହି ନଗର ପରିକ୍ରମା କରିଥିଲେ ।ସାପଲହର ଉପରପଡା ର
କୀର୍ତ୍ତନ୍ୟ କଳାକାର ମାନେ ନଗର ପରିକ୍ରମା ସମୟରେ ତାଙ୍କ କଳା ପ୍ରଦର୍ଶନ କରିବା ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମ ରେ ବହୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଙ୍କ ସମେତ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।ରାତ୍ର ସମୟରେ ଓଁ ପରଂବ୍ରହ୍ମ ଭଜନା ପାର୍ଟି ଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସାପଲହର ଗ୍ରାମ ର ବୋଲବମ ସଦସ୍ୟ ଗଣ ତଥା ଯୁବଗୋଷ୍ଠୀ ସମସ୍ତ ପ୍ରକାର ର ସହଯୋଗ କରିଥିବାର ଜଣାଯାଏ ।