-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ବଲାଙ୍ଗିର(ପ୍ରେରଣା ଖବର) : ଗତ ତା.୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ରେଲୱେ ଇନଡୋର ହଲରେ ଜାତୀୟ ସ୍ତରୀୟ ତାଏକୋଣ୍ଡୋ ରେଫରି ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ତାଏକୋଣ୍ଡୋ ସଂଘର ସଂପାଦକ ତଥା କୋଚ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଓଡିଶା ତାଏକୋଣ୍ଡୋ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ କିରୋଗି ତାଏକୋଣ୍ଡୋ କର୍ମଶାଳାରେ ସିନିୟର ବ୍ଲାକ୍ ବେଲ୍ଟ ଏବଂ ଜାତୀୟ ଖେଳାଳିମାନେ ଭାଗ
ନେଇଥିଲେ । ଆର୍ନ୍ତଜାତୀୟ କିରୋଗି ରେଫରି ଆସାମର ବିଶ୍ୱଜିତ ଘୋଷ ଏହି କର୍ମଶାଳାର ପରିକ୍ଷକ ଥିଲେ । ବିଶ୍ୱ ତାଏକୋଣ୍ଡୋ ସଂଘ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରତିଯୋଗିତା ପାଇଁ ନୂତନ ନିୟମ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଜାତୀୟ ସେମିନାର ଦ୍ୱାରା କୋଚ ତଥା ସିନିୟର ଖେଳାଳିମାନେ ନୂତନ ଜ୍ଞାନ ପାଇ ଉପକୃତ ହେବେ ବୋଲି ରାଜ୍ୟ ସଂପାଦକ ମନମୋହନ ଭଞ୍ଜ ସୂଚନା ଦେଇଛନ୍ତି । କୋଚ ଅସୀମ ଭୋଇଙ୍କ ସଫଳତା ପାଇଁ ଜିଲ୍ଲା ତାଏକୋଣ୍ଡୋ ସଂଘ ସଭାପତି ଶ୍ରୀକର ମିଶ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।