-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ଦିବ୍ୟ ଜୀବନ୍ ସଂଘ ପକ୍ଷରୁ ଆଜି ମହା ବିଷୁବ ସଂକ୍ରାନ୍ତି ପାଳନ ହେବ ସଂଗେ ସଂଗେ ସାଧାରଣ ପରିଷଦ ବୈଠକରେ ନୂତନ କାର୍ଯ୍ଯକର୍ତ୍ତା ନିର୍ବାଚନ କରାଯାଇଛି। ସକାଳ ୮ ଟା ରେ ଗୁରୁ ପାଦୁକା ପୂଜା ହେବା ପରେ ଦିନ ୧୦ ଟାରେ ସାମୁହିକ ଭବରେ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ସହିତ ହନୁମାନ ପୂଜା ଓ ଚାଳିସା ପାଠ,ଓମ୍ ନମଃ ଭଗବତେ ଶିବାନଦାୟ , ଓମ୍ ନମଃ ଭଗବତେ ଚିଦାନନ୍ଦାୟ ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଲେଖାଏ ପାଠ ହୋଇଥିଲା। ଦିନ ୧୧ ଟାରେ ସାଧାରଣ ପରିଷଦ ବୈଠକ ରେ ସଭାପତି ରବି ଚନ୍ଦ୍ର ଉଦ୍ଗାତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା , ସହ ସମ୍ପାଦକ ଶ୍ରୀମତୀ ରୀତା ବକ୍ସି ବିବରଣୀ ଉପସ୍ଥାପନା କଲାପରେ କୋଷାଧ୍ଯକ୍ଷ ପ୍ରମୋଦ ରଞ୍ଜନ ପାଣ୍ଡିଆ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କଲାପରେ ଗୃହିତ ହୋଇଥିଲା। ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ରବି ଚନ୍ଦ୍ର ଉଦ୍ଗାତା ସଭାପତି, ଶେଖର ପଣ୍ଡା ଉପ ସଭାପତି, ରଘୁନାଥ ବାବୁ ସାଧାରଣ ସମ୍ପାଦକ, ରିତା ବକ୍ସି ସହସମ୍ପାଦକ, ପ୍ରମୋଦ ରଞ୍ଜନ ପାଣ୍ଡିଆ କୋଷାଧ୍ଯକ୍ଷ, ଉପଦେଷ୍ଟା କମିଟି ରେ ଡ ମଧୁସୂଦନ ପତି, ନିତ୍ୟାନନ୍ଦ ଦାସ ଠାକୁର, ଡାକ୍ତର୍ କୃଷ୍ନ ପ୍ରସାଦ ବହିଦାର। କାର୍ଯ୍ୟକାରୀ କମିଟି ସଦସ୍ଯ ରୂପେ ଚିନ୍ମୟୀ ପାଣିଗ୍ରାହୀ, ନିହାରିକା ମିଶ୍ର, ସହଦେବ ମଲ୍ଲିକ, ବିଷ୍ନୁଦତ୍ତ ହୋତା,ଶିବାନନ୍ଦ ଦାସ,ରମେଶ ଯୋଶୀ, କିଶୋର ମୋହନ ମିଶ୍ର, ଶଶିଭୂଷଣ ପୁରୋହିତ,ପ୍ରଶାନ୍ତ ପଟ୍ଟନାଏକ, ରଜନିକାନ୍ତ ସେଠ ,କାନନ ବିହାରୀ ପଟ୍ଟନାୟକ, ପଦ୍ମନାଭ ଭୋଇ, ଆର୍ ବି ପରିଛା,ବି ପି ମିଶ୍ର, ନୂରାଧନ ସାହୁ ସର୍ବ ସମ୍ମତି ରେ ନିର୍ବାଚିତ ହୋଇଛନ୍ତି।