-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଭୀମଭୋଇ ସେବା ତରଫରୁ ମହାମାନବ ,ବିଶ୍ୱରତ୍ନ, ପରମପପୂଜ୍ୟ ,ଭାରତୀୟ ସମ୍ବିଧାନ ର ପ୍ରଣେତା ଡ଼ ବାବାସାହେବ ଆମ୍ବେଦକର ଙ୍କ ୧୩୧ ତମ ଜୟନ୍ତୀ ସ୍ଥାନୀୟ ଚିରଗୁଣି ପାଳ ଠାରେ ସକାଳ ୧୦ଘଟିକା ଠାରେ ପାଳିତ ହୋଇ ଯାଇଛି । ସଙ୍ଘର ସଭାପତି ସୁଶାନ୍ତ କୁମାର ନାଗ ଆମ୍ବେଦକର ଙ୍କ ଫଟୋରେ ପୁଷ୍ପାଞ୍ଜଳି ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିବା ସହିତ ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ଏଥି ସହିତ ମହିଳା ସଂଘର ସଭାପତି ଅପର୍ଣ୍ଣା ବାଘ ବାବା ସାହେବ ଙ୍କ ଆଦର୍ଶ କୁ ନେଇ ଆଲୋକ ପାତ କରିଥିଲେ । ଏହାପରେ ଭୀମଭୋଇ ରିସର୍ଚ୍ଚ ର ସଭାପତି ଅଖୁଯ ମହାକୁଡ଼ ଛାତ୍ର ଛାତ୍ରୀ ମାନଙ୍କୁ ଆମ୍ବେଦକର ଙ୍କ ଯିବନୀ ଉପରେ ବୁଝାଇ ଶିକ୍ଷାର ମହତ୍ତ୍ୱ ଓ ଜୀବନର ବିକାଶ ଉପରେ ଆଲୋଚନା କରିଥିଲେ । ଏହାପରେ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିବା ସ୍ଥାନୀୟ ଛାତ୍ରଛାତ୍ରୀ କୁ ଖାତା ,ପେନ,ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ସଂଘର ସମ୍ପାଦକ ନନ୍ଦୁ ମିରି, ଗୋକୁଳା ନାଏକ,ସୁଭଦ୍ର ସାଗର,ସୁଧୀର ସୁନା,ସୁମନ୍ତ ବାଘ,ଚନ୍ଦନ ବେହେରା,ବଣ୍ଟି ମହାନନ୍ଦ,ଦିବାକର ମିରି,ଭୁଲା ବାଘ,ବିଶ୍ୱରଂଜନ ବାଘ,ମାନସ ଭେସରା, ସିକୁ ନ ସାଗର ଉପସ୍ଥିତ ରହିଥିଲେ ।ଶେଷରେ ଝରିଆ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।