-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ପରିଷଦର ନୂତନ ନିର୍ବାଚିତ ସଦସ୍ୟଙ୍କ ପ୍ରଥମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସମସ୍ତ କାଉନସିଲର ଯୋଗଦେଇଥିଲେ । ପ୍ରାରମ୍ଭରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ନୂତନ ପରିଷଦ ସଦସ୍ୟଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ଅଧୁରା କାର୍ଯ୍ୟକୁ କିପରି ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣକରଣ କରାଯିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ସହିତ ପରିଷଦରେ ଉନ୍ନୟନମୂଳକ କାର୍ଯ୍ୟ ହେବ ସେଦିଗରେ ଆଲୋଚନା ହୋଇଥିଲା ।ଅନ୍ୟ ପକ୍ଷରେ ବିନିକା ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ବିନିକାକୁ ତୁରନ୍ତ ସବଡିଭିଜନ ଘୋଷଣା ନେଇ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜରିଆରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଗୃହିତ କରାଗଲା | ସେହିପରି ବିନିକା ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ କୂଳରେ ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇ ଅସମ୍ପୂର୍ଣ୍ଣ ଭାବେ ପଡିରହିଥିବା ରିଙ୍ଗରୋଡ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରାଯିବା ନେଇ ଆଲୋଚନା ହୋଇଥିଲା | ଅଧିବେଶନ ଶେଷରେ ଉପାଧ୍ୟକ୍ଷା ତପସ୍ୱିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।