-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ଦୀର୍ଘ ଦୁଇ ବର୍ଷପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକ ରେ ସମଗ୍ର ଶିକ୍ଷା ବଲାଙ୍ଗୀର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ 10 /4/22 ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି l ଆଜି ତୃତୀୟ ଦିବସରେ ସଚ୍ଚତନତା ରଥ ଦମେଇପାଲି କେନ୍ଦ୍ର ଅଧିନସ୍ଥ ଅ ସରକାରୀ ଉଚ୍ଚପ୍ରlଥମିକ ବିଦ୍ୟାଳୟ, ମାଟିଆଭଟା ଠାରୁ ସକାଳ 10 ଘଟିକାରୁ ବାହାରି ବଡ଼ ଉଡ଼େନ ଉପ୍ରା ବିଦ୍ୟାଳୟ,କେଛୋବାହାଲ ଉପ୍ରା ବିଦ୍ୟାଳୟ,ଦମେଇପାଲି ଉପ୍ରା ବିଦ୍ୟାଳୟ ,ଲୁହାସିଂହା କେନ୍ଦ୍ରସ୍ଥ ଜୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଉଡ଼ପାଲି ପ୍ରାଥମିକ ବିଦ୍ୟାଳୟ, ଡଙ୍ଗିଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଘମୁଣ୍ଡ କେନ୍ଦ୍ରସ୍ଥ ହ୍ୱିର୍ଲି ଉପ୍ରା ବିଦ୍ୟାଳୟ, ବାଘମୁଣ୍ଡ ଉପ୍ରା ବିଦ୍ୟାଳୟ, ଲୁହାଖlନ ପ୍ରାଥମିକ ବିଦ୍ୟାଳୟ, ଦୁଂଦେଲ ଉପ୍ରା
ବିଦ୍ୟାଳୟ, ଲୁହୁରେଟ ଉପ୍ରା ବିଦ୍ୟାଳୟ, କଦୋପାଣି ପ୍ରାଥମିକ ବିଦ୍ୟାଳୟ,ଲୁହାସିଂହା କେନ୍ଦ୍ରସ୍ଥ ନlଗେନମାଲ ବିଦ୍ୟାଳୟ, ଗାଁ ଭଟଲି ପ୍ରାଥମିକ ବିଦ୍ୟାଳୟ,ଲୁହାସିlହା ଉଚ୍ଚ ବିଦ୍ୟାଳୟ, ଲୁହାସିଂହା ପ୍ରାଥମିକ ବିଦ୍ୟାଳୟ ତଥା ବାହାଲଭଟଲୀ ଆଦି ବିଦ୍ୟାଳୟ ପରିଭ୍ରମଣ କରାଯାଇଥିଲା l ସଚେତନତା ରଥସହ ବନମାଳୀ ସାହୁ, ପଞ୍ଚାନନ କରନ, ମିତ୍ରଭାନୁ ପଧାନ,ସୁବାଷ ନାଗ,ରଞ୍ଜନ ମେହେର ଆଦି ପ୍ରମୁଖ ପରିଭ୍ରମଣ କରୁଥିଲେ l ପରିଭ୍ରମଣ ସମୟ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ପଥ ପ୍ରାନ୍ତ ସଭା କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲା l ଶତ ପ୍ରତିଶତ ଉପସ୍ଥାନ ତଥା ସବୁ ପିଲା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସଚେତନତା ସୃଷ୍ଟି କରାଗଲା l ଏହା ସହ ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରାଗଲା l ବିଦ୍ୟାଳୟ ମାନଙ୍କରେ ଶଙ୍ଖ ଘଣ୍ଟ, ଖୋଳ ତାଳ ମୁଦଙ୍ଗ ଆଦି ବଜାଇବା ସହ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି ରଥ ର ସ୍ୱାଗତ କରାଯାଇଥିଲା l