-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ପଦ୍ମପୁର:-ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ପଲସାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘନାମାଲ ଗ୍ରାମ ରେ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବ ରେ ପଲସାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ଭାସ୍କର କୁମାର ଭୋଇ ଯୋଗଦାନ କରି ତାଙ୍କ କରକମଳରେ ନୂତନ ଗୃହ କୁ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୂର୍ଣ୍ଣିମା ରଣା,ନାଏବ ସରପଞ୍ଚ ବେଦମତୀ ଭୁଏ, ସମିତି ସଭ୍ୟ ଅମିଲାଲ ଭୁଏ,ପଲସାପାଲି ଗ୍ରାମପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟିକ ଗୋଷ୍ଠୀ ର ସମସ୍ତ ସଦସ୍ୟ ସମେତ ଏମ.ବି.କେ ତଥା ଗ୍ରାମର ୱାର୍ଡ ମେମ୍ବର ମାନେ ଯୋଗଦାନ କରିଥିଲେ ।
(ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ )