-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2020
ଚୌଦ୍ଵାର, (ଦୀପକ ଷଡଙ୍ଗୀ) - ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରେ ପଶି ଚୋରି କରୁଥିଲେ । ମଙ୍ଗଳବାର ପାଞ୍ଚ ଜଣିଆ ଚୋର ଦଳକୁ ଗିରଫ କରିଛି ଚୌଦ୍ୱାର ପୋଲିସ । ପାଞ୍ଚଜଣ ଚୋରଙ୍କ ମଧ୍ୟରେ ଦୁଇ ଜଣ ନାବାଳକ । ଗିରଫ ଅଭିଯୁକ୍ତମାନେ ହେଲେ ନିରଞ୍ଜନ ଖଟୁଆ, ବିକାଶ ସହାୟା, ତପନ ଦାସ । ଚୌଦ୍ୱାର ଓଟିଏମ କୋଲୋନୀର ଦିବ୍ୟଜ୍ୟୋତି ଦାସଙ୍କ ଘରୁ ଏଲିଇଡି ଟିଭି, ଲାପଟପ, ଗ୍ରାଇଣ୍ଡର ଓ ୫୦ ହଜାର ଟଙ୍କା ଚୋରି ହୋଇଥିଲା । ଦିବ୍ୟଜ୍ୟୋତି ଙ୍କ ପରିବାର କ୍ୱାରେନଣ୍ଟାଇନରେ ଥିବା ବେଳେ କଳାକନା ବୁଲାଇଥିଲେ ଏହି ଗ୍ୟାଙ୍ଗ । ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିଛି । ତଦନ୍ତ ବେଳେ ଏମାନେ ମାନିଥିଲେ ଯେ ସ୍ଥାନୀୟ ଅଞ୍ଚଳରୁ ଚୋରି କରୁଥିଲେ ।