-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Mar-2022
ଭୁବନେଶ୍ୱର ର କେନ୍ଦ୍ରସ୍ଥଳରେ ଅତ୍ୟାଧୁନିକ ସେବା ସହ ରେସ୍ତୋରାଁରେ ଖାଇବା ପାଇଁ ଆଉ ଏକ ଡେଷ୍ଟିନେସନ୍ ଏଚ୍ଏଚ୍ଆଇ ର କଳସ ରେଷ୍ଟୁରାଣ୍ଟ । କୋରୋନା ତଥା ବିଭିନ୍ନ କାରଣ ପାଇଁ ବନ୍ଦ ଥିବା ଏହି ରେଷ୍ଟୁରାଣ୍ଟର ରୁପାନ୍ତରିକରଣ ହୋଇ ଏକ ଅପୂର୍ବ ଅନୁଭବ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ବୁଧବାର ଖାରବେଳ ନଗର ସ୍ଥିତ ଭୁବନେଶ୍ଵରର ପ୍ରଥମ ବୁଟିକ୍ ହୋଟେଲ୍ ଏଚ୍ଏଚ୍ଆଇର ଏକ ସ୍ବତନ୍ତ୍ର ୱିଙ୍ଗ୍ ତଥା କଳସ ରେଷ୍ଟୁରାଣ୍ଟର ଶୁଭାରମ୍ଭ ମାର୍ଚ୍ଚ ୨୫ ରୁ ହେବ ବୋଲି ଏଚ ଏଚ ଆଇ ର ମହାପ୍ରବନ୍ଧକ ଅନିର୍ବାଣ ସାନିୟାଲ୍ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ସୁସ୍ୱାଦୁ ଖାଦ୍ୟ ସହ ସୁନ୍ଦର ସାଜସଜ୍ଜା ଓ ମନୋରଞ୍ଜନ ପାଇଁ ରହିଛି ଲାଇଭ୍ ଗଜଲ କାର୍ଯ୍ୟକ୍ରମ । ରେଷ୍ଟୁରାଣ୍ଟ କଳସରେ ଗ୍ରାହକ ପାଇପାରିବେ ଉଭୟ ଭେଜ୍ ଓ ନନ୍-ଭେଜ୍ ଭୋଜନ । ଦେଶୀର ସବୁ ପ୍ରକାରର ଗରମା ଗରମ ଖାଦ୍ୟ ଏଠାରେ ଉପଲବ୍ଧ ହେଉଛି । ଶୀଘ୍ର ଖାଇବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଉଚିତ୍ ଦାମ ସହ ରହିଛି ସ୍ପତନ୍ତ୍ର ଥାଳି ।
ସାମ୍ବାଦିକ ସମ୍ମିଳନୀରେ ଏଚ୍ ଏଚ୍ ଆଇ ହୋଟେଲ ର ପରିଚାଳନା ନିର୍ଦ୍ଦେଶକ (Operation Manager) ହରି ପ୍ରସନ୍ନ ମଜୁମଦାର ଓ ମାଷ୍ଟର ସେଫ୍ ଗଣେଶ ବେହେରା, ରେଷ୍ଟୁରାଣ୍ଟ ମ୍ୟାନେଜର ବିଶ୍ବଜିତ ହରିଚନ୍ଦନ, ଏଚ ଆର ମ୍ୟାନେଜର ଦିଗବିଜୟ ସେନ୍,ସେଲ୍ସ ମ୍ୟାନେଜର ରବିନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।