-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ): ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ୬ ସେପ୍ଟେମ୍ବର ୨୦୧୮ ରେ ସମ୍ବିଧାନର ଧାରା ୧୬୯ (୧) ଅନୁଯାୟୀ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ମତରେ ପ୍ରସ୍ତାବ ପାସ ହୋଇଥିଲା । ବିଧାନସଭା ପକ୍ଷରୁ ୧୮ ସେପ୍ଟେମ୍ବର ୨୦୧୮ ରେ କେନ୍ଦ୍ରକୁ ପଠାଇ ଦିଆ ଯାଇଥିବା କଥା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ‘ଳରେ ରାଜ୍ୟ ବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା । ଦୀର୍ଘ ତିନି ବର୍ଷ ଧରି ରାଜ୍ୟ ସରକାର ଏହାକୁ ନେଇ ମୌନ ରହିଥିଲେ କିନ୍ତୁ ଗତ େ‘ବୃଆରୀ ୧୦ ତାରିଖ ଦିନ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଏଭଳି କୌଣସି ପ୍ରସ୍ତାବ କେନ୍ଦ୍ରକୁ ମିଳି ନାହିଁ ବୋଲି କହିବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗକୁ ତଥ୍ୟ ମାଗିଥିଲେ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପ୍ରଦାନ କରିଥିବା ତଥ୍ୟରେ କୁହାଯାଇଛି ଯେ, ଓଡିଶା ବିଧାନସଭାରେ ପାସ ହୋଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି । ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଗତ ୧୪ େ‘ବୃଆରୀ ଦିନ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ପ୍ରଦାନ କରାଯାଇଥିବା ନୂଆ ଚିଠିର ନକଲ ସୂଚନା କର୍ମି ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ତଥ୍ୟରେ ସଂଲଗ୍ନ କରାଯାଇଥିବା ଉକ୍ତ ନୂଆ ଚିଠିରେ ଓଡିଶା ବିଧାନସଭା ପକ୍ଷରୁ ପ୍ରଦାନ କରାଯାଇଥିବା ପୁରୁଣା ଚିଠି ନଂ ୮୮୫୮/ଖଇ, ୧୮/୯/୨୦୧୮ ସମ୍ପର୍କରେ କେବଳ ସୂଚନା ଦିଆଯାଇଛି ଯେଉଁ ଚିଠିଟି ଇମେଲ ଓ ସ୍ପିଡପୋଷ୍ଟରେ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଦିଆଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ୨୦୧୮ ମସିହାରେ ଯେଉଁ ଚିଠି ଦିଆଯାଇଥିଲା ତାହା କେନ୍ଦ୍ର ପାଖରେ ନାହିଁ । ତାହାହେଲେ ବିଧାନସଭାରେ ପାସ ହୋଇଥିବା ପ୍ରସ୍ତାବ ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଚିଠି କଣ ହଜି ଯାଇଛି ? ବିଧାନସଭାର ଦୁଇତୃତୀୟାଂଶରୁ ଅଧିକ ସଭ୍ୟଙ୍କ ମତକୁ ନେଇ ଦାୟିତ୍ୱହୀନତାର ସହ କାର୍ଯ୍ୟ କରାଯାଇଛି ବୋଲି ପଣ୍ଡା କହିଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେବା ସଙ୍ଗେ ବିଧାନପରିଷଦ ଗଠନ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ପଣ୍ଡା କହିଛନ୍ତି । ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ନେଇ ପ୍ରଶ୍ନ କରିନଥିଲେ ବିଧାନସଭା ଓ ଲୋକସଭା ସଚିବାଳୟ ମଧ୍ୟରେ ଆଦାନପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦିଷ୍ଟ ଚିଠି ବିଷୟରେ ଜଣାପଡି ନଥାନ୍ତା ବୋଲି ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ।