-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Mar-2022
ସୁବର୍ଣ୍ଣପୁର/ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ବୈଠକରେ ଉଲୁଣ୍ଡା ବ୍ଲକରୁ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଝସକେତନ ବଘାର ନିର୍ଦ୍ବନ୍ଦରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦରୁ ନିର୍ବାଚିତ ସଭ୍ୟ ଓ ସଭ୍ୟାଙ୍କ ସର୍ବ ସମ୍ମତିରେ ଝସକେତନ ବଘାର ନିର୍ବାଚିତ ହୋଇଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ସହ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନଂଦନ ଜଣାଇଛନ୍ତି । ନବ ନର୍ବାଚିତ ଉପାଧ୍ୟକ୍ଷ ଝସକେତନ ବଘାର ଜିଲ୍ଲାର ଗ୍ରାମାଂଚଳର ବିକାଶକୁ ନେଇ ଉଭୟ ବୀରମହାରାଜପୁର ଏବଂ ସୋନପୁର ବିଧାନସଭାକମଣ୍ଡ଼ଳୀ ଅଞ୍ଚଳକୁ ସମତୁଳ ଧ୍ୟାନ ଦିଆଯିବ ବୋଲି ସମ୍ବୋଧିତ କରି କହିଛନ୍ତି ।ପ୍ରକାଶଯୋଗ୍ୟ ଯେ ପୂର୍ବରୁ ଶ୍ରୀ ବଘାର ଙ୍କ ସହଧର୍ମିଣୀ ପଦ୍ମିନୀ ବଘାର ମଧ୍ୟ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ ତାଙ୍କର ଦାୟିତ୍ୱ ସଠିକଭାବରେ ନିର୍ବାହ କରିଥିଲେ।