-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ଭୁବନେଶ୍ୱର(ଶୁଭାଶିଷ ନାୟକ): ରାଜଧାନୀରେ ଚାଂଚଲ୍ୟ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଂଚଳରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗର ଏକ ପୋଲ ତଳୁ ଏହି ଖପୁରୀ ଓ କିଛି ହାଡ଼ ମିଳିଛି । ପାଖାପାଖି ୭ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖ୍ିବାକୁ ମିଳିଛି । ତେବେ ଏତେ ସଂଖ୍ୟକ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା, ତାହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ପୋଲ ତଳେ ଖପୁରୀ ଓ କଙ୍କାଳକୁ ଦେଖିବା ପାଇଁ ପୋଲ ଉପରେ ଲୋକମାନେ ଭିଡ଼ ଜମାଇଥିଲେ । ତେବେ ଏହିସବୁ ଖପୁରୀ ଓ କଂକାଳକୁ ଏଠାରେ କିଏ ଫୋପାଡ଼ିଲା, ତାହା ସ୍ପଷ୍ଟ ହୋଇନି । ତଦନ୍ତ ଆରମ୍ଭ କରିଛି ପୋଲିସ ।