-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ଜିଲ୍ଲା

ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ; ଶର୍ମିଷ୍ଠାଙ୍କ ଭାଇକୁ ଗିରଫ କଲା ଚାନ୍ଦବାଲି ପୋଲିସ

24-Mar-2022



ଭୁବନେଶ୍ୱର(ଶୁଭାଶିଷ ନାୟକ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଂଚ । ଏନେଇ ଡିଜିପି ନିଦେ୍ର୍ଧଶ ଦେବା ପରେ ତଦନ୍ତଭାର ନେଇଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ ଅପରାଧ ସଙ୍ଗଠିତ ହୋଇଥିବା ବିଭିନ୍ନ ଜିଲ୍ଲାରେ ତଦନ୍ତ କରିବ ଓ ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିବାରେ ସହାୟତା କରିବ । ଏପରିକି ଶର୍ମିଷ୍ଠାଙ୍କୁ ଖୋଜିବା ପାଇଁ ଟିମ ରାଜ୍ୟ ବାହାରକୁ ମଧ୍ୟ ଯିବ । ଜଣେ ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚର ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ମାନସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରି ଚାନ୍ଦବାଲିରେ ପହଂଚିଛି ପୋଲିସ । କିନ୍ତୁ ଏବେବି ଶର୍ମିଷ୍ଠା ଫେରାର ଅଛନ୍ତି । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ତାଙ୍କ ଭାଇ ସାହାଯ୍ୟ କରିଥିଲେ । ତାଙ୍କ ଭାଇଙ୍କୁ ବିଜୟୱାଡାରୁ ଗିରଫ କରି ଚାନ୍ଦବାଲି ଆଣିଛି ପୋଲିସ ।

କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା ଶର୍ମିଷ୍ଠା ରାଉତଙ୍କ କାର । ଆଜି ଶର୍ମିଷ୍ଠାଙ୍କ କାର ଠାବ ହେବା ପରେ ତଦନ୍ତ କରିବାକୁ ଭୁବନେଶ୍ୱରରେ ପହଁଚିଥିବା ଚାନ୍ଦବାଲି ପୁଲିସ ଏହି ସୂଚନା ଦେଇଛି । ଏୟାରଫିଲ୍ଡ ଥାନା ଅଂଚଳରେ ଏକ ଆପାର୍ଟମେଂଟ ଗ୍ୟାରେଜରୁ ହୁ୍ୟଣ୍ଡାଇ କାର ମିଳିଛି । କୁହାଯାଉଛି, ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡ ପରେ ପୁଲିସ ନଜର ହଟାଇବାକୁ ଗାଡି ଲୁଚାଇଥିଲେ ଶର୍ମଷ୍ଠା । ଏହି କାରକୁ ମଧ୍ୟମାନସଙ୍କ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ଗାଡିର ଯାଂଚ କରିବା ପାଇଁ ଚାନ୍ଦବାଲିରୁ ପୁଲିସର ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରେ ପହଂଚି ସାରିଛନ୍ତି ।

ହେଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ପତା ପାଉନି ପୁଲିସ । ସମସ୍ତଙ୍କୁ ଚକମା ଦେଇ ଫେରାର ଅଛନ୍ତି ୱେବ ମାଲିକାଣି । ରାଜ୍ୟ ବାହାରକୁ ଚାଲିଯାଇଥିବା କୁହାଯାଉଥିଲେ ବି କେଉଁଠି ଅଛନ୍ତି ତାହା ଜଣାପଡିନାହିଁ । ଏପରିକି ବିଜୟୱାଡାରେ ଧରିବାକୁ ପୁଲିସ ପହଁଚିବା ପୂର୍ବରୁ ଅତି ଚତୁରତାର ସହ ଖସି ଯାଇଛନ୍ତି । ତାଙ୍କୁ ଏଥିରେ ତାଙ୍କ ଭାଇ ସହଯୋଗ କରିଥିବା ପୁଲିସ ଜାଣିବା ପରେ ଭାଇଙ୍କୁ ବିଜୟୱାଡାରୁ ଉଠାଇ ଆଣିଛି ପୁଲିସ ।

ଯାଜପୁର କାଳିଆପାଣିରେ ୪ ଦିନ ଲୁଚିଥିଲେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୁ ଝୁମା ଭୋଇ । ଗତ ୭ ତାରିଖରେ ଶର୍ମିଷ୍ଠା କାଳିଆପାଣି କୋଇପଶି ବସ୍ତିରେ ରହୁଥିବା ତାଙ୍କ ଶାଶୂ ଶାନ୍ତିଲତା ବଳଙ୍କ ଘରେ ପହଂଚିଥିଲେ । ୮ ଓ ୯ ତାରିଖ ଦୁଇ ଦିନ ସେଠାରେ ରହିବା ପରେ ୧୦ ତାରିଖରେ ପଳାଇ ଯାଇଥିଲେ । ୭ ତାରିଖ ରାତିରେ ହଠାତ୍ କୋଇପଶି ବସ୍ତିରେ ପହଂଚିଥିଲେ ଶର୍ମିଷ୍ଠା । ବୋହୂକୁ ରାତିରେ ଆସିବାର କାରଣ ପଚାରିଥିଲେ ଶାନ୍ତିଲତା । ଏକ ଡକୁ୍ୟମେଂଟାରୀ ଫିଲ୍ମର ସୁଟିଂ ପାଇଁ ଆସିଥିବା କହିଥିଲେ ଶର୍ମିଷ୍ଠା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like