-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ରାଜନୀତି

ହାରିଯିବାରୁ ଅଫିସ୍ ରୁ ଉପାଧ୍ୟକ୍ଷା ଏସି ଓ ମୂଲ୍ୟବାନ୍ ଆସବାବପତ୍ର ଖୋଲିନେଇଯିବା ଚୋରିମାମଲା : ପଞ୍ଚାୟତରୁ ପଞ୍ଚାୟତସମିତିର ଅବସ୍ଥା : ଖଟୁଳି ଖାଇଗଲେ !

17-Mar-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ମୁରିହାହାଲ ବ୍ଲକ୍ ର ଏଭଳି ମାମଲାଟି ଚର୍ଚ୍ଚାରେ ।  ନିର୍ବାଚନ ଫଳାଫଳ ଘୋଷଣା ପରେ ହାରିଯିବାରୁ ପୂର୍ବତନ ଉପାଧ୍ୟକ୍ଷା କୁଆଡେ ବ୍ଲକ୍ ପରିସରସ୍ଥ ଅଧ୍ୟକ୍ଷଙ୍କ ଅଫିସ୍ ରେ ଲଗାଯାଇଥିବା ଏସି , ଏଲ୍ ସିଡି ଟିଭି , ଫ୍ୟାନ୍ ଇତ୍ୟାଦି ସବୁ ମୂଲ୍ୟବାନ୍ ଆସବାବପତ୍ରକୁ ଲୋକଲଗାଇ ଖୋଲି ନେଇଥିଲେ । ଏପରିକି ସେ ଏ ଟେବୁଲ୍ , ଚୌକି ...ସବୁ ଆମର , ନେଇଆସ  !' ବୋଲି ତାଙ୍କ ଲୋକମାନଙ୍କୁ କହୁଥିବା ପ୍ରକାଶ । ଏକଥା ଜଣାପଡିବା ପରେ ବିରୋଧୀଦଳ ପକ୍ଷରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାପ ପକାଯାଇଥିଲା । ଏଣୁ ବିଡିଓ ସମ୍ପୃକ୍ତା ଉପାଧ୍ୟକ୍ଷାଙ୍କୁ ପ୍ରଥମେ ସେସବୁ ଜିନିଷପତ୍ର ଫେରାଇଦେବାକୁ ଏକ ନୋଟିସ୍ ଦିଆଯିବାପରେ , ତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଉକ୍ତ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ ଓ ତାଙ୍କ ସ୍ବାମୀ ଙ୍କ ବିରୋଧରେ ଏକ ଚୋରି ଏତଲା ଦିଆଯାଇଥିବା ପ୍ରକାଶ । ପୁଲିସ୍ ଏହା କାହା ଟଙ୍କାରେ କିଣାଯାଇଛି , ତାହାର ଅନୁସନ୍ଧାନ ଚଳାଇଥିବା ଓ ତା'ପରେ ମାମଲା ଋଜୁ ହେବ କି ନହେବ , ସେ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳିଛି । ତେବେ ଏସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କ ଉତ୍ତରରେ ବିଡିଓ ଓ ପୁଲିସ୍ ନୀରବତା ଅବଲମ୍ବନ କରିଥିବାବେଳେ , ଉପାଧ୍ୟକ୍ଷା କୁଆଡେ ସଫେଇ ଦେଇଛନ୍ତି ଯେ , ଏସବୁ ଆମ ପଇସାରେ କିଣାଯାଇଥିଲା । ନେବା ଆଗରୁ ଆମେ ବିଡିଓଙ୍କୁ କହି ନେଇଥିଲୁ । ତା'ପରେ ସେ ଫେରାଇବାକୁ ନୋଟିସ୍ ଦେବାରୁ ଆମେ ମଧ୍ୟ ଫେରାଇଦେବାକୁ ରାଜି ହେଇଥିଲୁ । ଏହାସତ୍ତ୍ବେ ପୁଣି କାହିଁକି ଆମ ନାଁ'ରେ କେସ୍ ଦେଲେ  ? '

ତେବେ ସେ ଯାହାହେଉ ନା କାହିଁକି ,  ଯେତେବେଳେ ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସ୍ ରେ ଏତେ ଟଙ୍କା ଖର୍ଚ୍ଚ କରାଯାଇ ସେସବୁ ମୂଲ୍ୟବାନ ଉପକରଣ ଲଗାଯାଇଥିଲା , ସେତେବେଳେ ଏପରି ବଦଖର୍ଚ୍ଚକୁ ନେଇ କଥା ଉଠିଥିଲା । ପ୍ରକୃତରେ ସେସବୁ ନିମନ୍ତେ ବ୍ଲକ୍ ର ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଇଥିଲା କି ନାହିଁ , ତଦନ୍ତସାପେକ୍ଷ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ହେଲା  :  ଏତେବର୍ଷ ଧରି ବ୍ଲକ୍ ର ବିଭିନ୍ନ ଯୋଜନାରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପିସି ନେଉଥିଲେ କି ନାହିଁ  , ତାହା ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ! ' ଉଲ୍ଲେଖନୀୟ ଯେ , ଏହାପୂର୍ବରୁ ଟିଟିଲାଗଡର ବିଜେଡି ସମର୍ଥିତ ହଂସରାଜ ଜୈନ ଅଧ୍ୟକ୍ଷ ଥିଲେ ଓ ଏହି ଉପାଧ୍ୟକ୍ଷାଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଥିବା ଜଣାଶୁଣା । ଚଳିତଥର ବିଜେଡି ସମର୍ଥିତ ହରିବନ୍ଧୁ ମେହେର ଅଧିକ ଦୁଇଟି ଭୋଟ୍ ରେ ବିଜୟୀ ହୋଇ ଅଧ୍ୟକ୍ଷ ହୋଇଛନ୍ତି ।

 ତେବେ କେବଳ ଏହି ସଦ୍ୟଘଟଣାଟି ନୁହେଁ , ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗତ କୋଭିଡ୍ ସମୟରେ ସଙ୍ଗରୋଧଗୃହ ନିମନ୍ତେ କିଣାଯାଇଥିବା ପଙ୍ଖା , ଖଟ , ଜେନେରେଟର  , କୁଲର୍ , ଗଦି ଓ ଅନ୍ୟାନ୍ୟ ଉପକରଣ ଓ ସାମଗ୍ରୀର ବ୍ୟାପକ ବାଟମାରଣା ଓ ହଡପଘଟଣାର ଅଭିଯୋଗକୁ ପ୍ରଶାସନ ଚପାଇ ଦେଇଛି । ତୁରେକେଲା ବ୍ଲକ୍ ରେ କିଛିଦିନତଳେ ଏପରି ଏକ ଅଭିଯୋଗ ପ୍ରକାଶ ପାଇଥିଲା । ଖୋଳତାଡ ହେଲେ , ଜିଲ୍ଲାର ଅନେକ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ଦ୍ବାରା ଏଭଳି ବହୁ ଅନିୟମିତତାର ଘଟଣା ବାହାରିବ । ଏଣୁ  ଲୋକେ ଏହାକୁ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ' ଠାକୁର ଖାଇ ଖଟୁଳି ଖାଇଦେଉଥିବା ' ଭଳି ସମାଲୋଚନା ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like