-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନିପାଟଣା - ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥର କୁରସୁଡ ଚାନ୍ଦୋତରା ମଝିରେ ମଙ୍ଗଳବାର ଏକ ମାଲବାହୀ ଟ୍ରକ ନମ୍ବର ସିଜି ୦୭ ସି ୩୧୪୫ ଚଳନ୍ତା ଟ୍ରକର ରାସ୍ତାରେ ହଠାତ ଦୁଇଟି ଚକ ଖୋଲି ଜିବାରୁ ଟ୍ରକ ଏପଟ ସେପଟ ହୋଇଥିଲା। ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରକ କୁ ରାସ୍ତା ପାର୍ଶ୍ବରେ ଲଗାଇବା ପାଇଁ ସକ୍ଷମ ହୋଇଥିଲେ ହେଁ ସେ ମଧ୍ଯରେ ଅନ୍ୟ ଏକ ଟ୍ରକ ରେ ସାମାନ୍ଯ ଧକ୍କାହୋଇ ଥିଲା । କିନ୍ତୁ ଚକ ଦୁଇଟି ରାସ୍ତାରେ ବହୁ ଜୋରରେ
ଗଡି ଯାଉଥିବା ଦେଖି ସାମନା ପଟରୁ ଆସୁଥିବା ସାଇକେଲ, ମୋଟର ସାଇକେଲ, ଅଟୋ ସହ ଛୋଟ ଛୋଟ ଗାଡି ଗୁଡିକ ପଛକୁ ଫେରାଇ ଚକ ଠାରୁ ଅଧିକ ଗତିରେ ପଳାଇ ନିଜକୁ
ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବା ଦେଖା ଯାଇଥିଲା। ଏହି ଆକସ୍ମିକ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲେ ହେଁ କିଛି ସମୟ ପାଇଁ ରାଜ୍ଯ ରାଜପଥ ରେ ସେ ସମୟରେ ଯାତାୟତ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ଦେଖା ଯାଇଥିଲା।