-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ରେଙ୍ଗାଲିକେମ୍ପ:-ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଅଧିକାରୀ ତଥା ମନରେଗା ଯୋଜନାର ଅଧ୍ୟକ୍ଷ ନବୀନ ଚନ୍ଦ୍ର ପଟେଲ ଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ରେ ମନରେଗା ଯୋଜନାର ସମୀକ୍ଷା ତଥା ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ,ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନିଶିବା ମହାପାତ୍ର, ଅତିରିକ୍ତ ପ୍ରୋଗ୍ରାମିଙ୍ଗ ଅଧିକାରୀ ପୁଷ୍ପାଞ୍ଜଳୀ ମହାକୁର,,ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋ, ଜିଲ୍ଲା ସମୀକ୍ଷା ଅଧିକ୍ଷକ ଆନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇ ଶିବିର କୁ ଆରମ୍ଭ କରାଯାଇଥିଲା ।ଏହି ଶିବିର ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଜାତୀୟ ଖାଦ୍ୟ ଯୋଜନା ତଥା ସାମାଜିକ ସୁରକ୍ଷା ଯୋଜନା ର ୨୪ ଟି ପଞ୍ଚାୟତ ର ୨୦୨୦ -୨୧ ଆର୍ଥିକ ବର୍ଷର ଅଡିଟ ରିପୋର୍ଟ ଉପରେ ସମୀକ୍ଷା କରାଯାଇଥିଲା। ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କରେ ଏହି ସବୁ ଯୋଜନା ରେ ହୋଇଥିବା ବିକାଶ ମୂଳକ କାମ ତଥା ଖାଦ୍ୟ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ର ତଥ୍ୟ ଉପସ୍ଥାପନା କରିଥିଲେ ।ପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମ ଗୁଡ଼ିକର ଆସନ୍ତା ଦିନରେ କିପରି ଅଧିକରୁ ଅଧିକ ବିକାଶ ହୋଇପାରିବ,ଗ୍ରାମର ଜନସାଧାରଣ ବିଭିନ୍ନ କାମରେ ନିଯୁକ୍ତି ହୋଇପାରିବେ ,ଯାହାଦ୍ଵାରା ଗ୍ରାମ ମାନଙ୍କରେ ଦେଖାଯାଉଥିବା ବେକାରୀ ସମସ୍ୟାର ଦୂରୀକରଣ କରାଯାଇପାରିବ ,ଏହା ଉପରେ ବିଶେଷ ଧ୍ୟାନ ଦେବାପାଇଁ ଅତିରିକ୍ତ ଜିଲ୍ଲା ଅଧିକାରୀ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥରାଶି ର ଉପଯୁକ୍ତ ବିନିଯୋଗ ହେବା ସହ ଗ୍ରାମ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକର କିପରି ସମାଧାନ ହୋଇ ପାରିଛି ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ଆବେଦନକାରୀ ନିଜ ନିଜ ସମସ୍ୟା ଉପସ୍ଥାପନା କରିଥିଲେ ଓ ବିଭାଗୀୟ ଅଧିକାରୀ ମାନେ ସେହି ସମସ୍ୟା ଗୁଡ଼ିକୁ ଗୁରୁତ୍ଵ ଦେଇ ତାର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ମତ ଦେଇଥିଲେ।ଏହି ଶିବିରରେ ନବନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ,ସମସ୍ତ ଯନ୍ତ୍ରୀ,ଯୋଗାଣ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ବ୍ଲକ ର ଅଭିଯୋଗକାରୀ ମାନେ ଉପସ୍ଥିତ ଥିଲେ।