-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ଖପ୍ରାଖୋଲ :(ବସନ୍ତ ମେହେର): ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତରେ ପ୍ରସିଦ୍ଧ ହରିଶଙ୍କର ପୀଠ ଅବସ୍ଥିତ,ଏହି ପୀଠ କୁ ଲାଗି ଗନ୍ଧମାର୍ଦନ ପର୍ବତମାଳା ଅବସ୍ଥିତ, ଏହା ଦୁଇଟି ଜିଲ୍ଲା ମଧ୍ୟରେ ଅବସ୍ଥିତ ଗୋଟିଏ ବଲାଙ୍ଗୀର ଏବଂ ଅନ୍ୟଟି ବରଗଡ ଜିଲ୍ଲା ଆଜି ଏହି ବିରାଟ ପର୍ବତ ପୀଠରେ ଦେଖିବାକୁ ମିଳିଛି l ରାତିରେ ମାକର ବିହା କଥାଟା ଶୁଣିଲା ବେଳେକୁ ଟିକିଏ ଅଡୁଆ ଲାଗିପାରେ, କିନ୍ତୁ ଏହା ପାହାଡ଼ରେ ଯେଉଁ ଜଙ୍ଗଲରେ ମହୁଲ ଗୋଟାଳି ଗୁଡିକ ନିଆଁ ଲଗାଇ ଘର ବାହୁଡା଼ ହୋଇ ଯାନ୍ତି ସେହି ନିଆଁ ହୁତୁ ହୁତୁ ହୋଇ ଜାଳି ପାହାଡ଼ ସାରା ବ୍ୟପିବାରେ ଲାଗିଛି, ତେଣୁ ତାହାକୁ ଛୋଟ ଛୋଟ ଶିଶୁ ମାନେ କହିଥାନ୍ତି, ଡ଼ଙ୍ଗରେ ମାକର ବିହା ବୋଲି ଜାଣି ଘରର ଅଜା ଆଇ ମାନଙ୍କୁ ସଂକେତ ଦେଇଥାନ୍ତି, ଏହା କିଛି ଦିନହେଲା ଖପ୍ରାଖୋଲ ଅଞ୍ଚଳର ବଣଜଙ୍ଗଲରେ ନିଆଁ ହୁତୁ ହୁତୁ ହୋଇ ଜଙ୍ଗଲ ଗୁଡିକରେ ବ୍ୟପିବାରେ ଲାଗିଛି l ତେବେ ଜଙ୍ଗଲ ବିଭାଗ ତୁରନ୍ତ ପଦକ୍ଷେପ ନେବା ଜରୁରୀ ନ ହେଲେ ବଣ ଜଙ୍ଗଲର ଜୀବଜନ୍ତୁ ପଶୁପକ୍ଷୀ ନିଆଁ ରେ ପୋଡି ହୋଇ ଏମାନଙ୍କ ବଂଶ ନିପାତ ହୋଇଯିବ l ପ୍ରତି ଗାଁ ଗାଁ ରେ ଜଙ୍ଗଲ ସୁରକ୍ଷା କମିଟି ଥାଇ ମଧ୍ୟ ଗ୍ରାମବାସୀ ମନେ ନିଆଁ ଲଗାଇ ଦେଉଛନ୍ତି l ଜଙ୍ଗଲ ବିଭାଗ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି l