-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଉଦେପଦର ହରିହରି ମିଳନ ପଡିଆରେ ଦୋଳ ପୁର୍ଣିମାକୁ ଦୃଷ୍ଟିରେ ରଖି ତୁଳସୀ ବିବାହ ଓ ଜଳନ୍ଧର ବଧ ନାଟ୍ୟଭିନୟ ଉତ୍ସବ ଉଦଘାଟିତ ହୋଇଯାଇଛି l ଆୟୋଜକ ସଭାପତି ମନୋଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଘାଟନୀ ଉତ୍ସବରେ ବରିଷ୍ଠ ସମାଜସେବୀ ହିମାଂଶୁ ଶେଖର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ଲସ୍ତଳା ପଂଚାୟତର ନବନିର୍ବାଚିତ ସରପଞ୍ଚ ଶିବାନୀ ମହାକୁର, ସମିତି ସଭ୍ୟ ମହେନ୍ଦ୍ର ଭୋଇ, ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ପରିଛା, ଉରୁକ୍ରମ ପାଣ୍ଡିଆ, ଜଳନ୍ଧର ବଧର
କଳାକାର ଗୋପାଳ ଦାସ, ସମାଜସେବୀ ଗଙ୍ଗାଧର ମହାକୁର ଏବଂ ଶିବୁ ତରାଇ ଯୋଗଦେଇ ମଂଚାସୀନ ହୋଇଥିଲେ l କାର୍ତିକ ସାହୁ ଏବଂ ଅନିରୁଦ୍ଧ ସାହୁ ଅତିଥି ଗଣଙ୍କୁ ଉପଢୌକନ ଦେବାସହ ସମ୍ବର୍ଦ୍ଧିତ କରିଥିଲେ l ଗୋପାଳ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟଙ୍କଧର ମେହେର, ଅରୁଣ ଭୋଇ, ସୁବାଷ ରଣା, ଦୀପକ ସାହୁ, ପୀତବାସ ଭୋଇ, କପିଳେଶ୍ୱର ମେହେର, ଶତ୍ରୁଘନ ପୋଢ଼, ଗୋପାଳ ରଣା, ଅର୍ଜୁନ ପଧାନ ପ୍ରମୁଖ ସହଯୋଗ କରିଥିଲେ l