-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ସିଲାଟି ଗୋପାଳଜୀ ମଠର ମହନ୍ତ ଶ୍ରୀଧର ଦାଶ ମହାରାଜ(60)ଙ୍କ ପରଲୋକ ହୋଇଯାଇଛି | ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ହେବା ଯୋଗୁଁ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ | କିଛିଦିନ ଆଇସିୟୁରେ ରହିବା ପରେ ତାଙ୍କର ମୃତ୍ୟୁ ଘଟିଛି | ତାଙ୍କର ମର ଶରୀରକୁ ସିଲାଟି ଅଣାଯାଇଥିଲା | ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ | ପରେ ତାଙ୍କ ମରଶରୀରକୁ ଏକ ଵିଶାଲ ଶୋଭାଯାତ୍ରାରେ ଗ୍ରାମ୍ୟ ପରୀକ୍ରମା କରି ନିକଟସ୍ଥ ସ୍ମଶାନ ଘାଟରେ ଶେଷକୃତ ସମ୍ପନ୍ନ କରାଯାଇଥିଲା | ରଘୁନାଥ ବାବା ମୁଖାଗ୍ନି ଦେଇଥିଲେ | ସ୍ବର୍ଗତ ଦାଶ 1997 ମସିହାରୁ ସିଲାଟି ଗୋପାଳଜୀ ମଠର ଦାୟିତ୍ୱ ତୁଲାଇ ଆସୁଥିଲେ |ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ମହନ୍ତଙ୍କ ବିୟୋଗର 13ଦିନରେ ଗ୍ରାମରେ 24 ପ୍ରହରୀ ନାମଯଜ୍ଞ ଓ ମହୋତ୍ସବ ଆୟୋଜନ କରାଯିବ ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି |