-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
କଟକ: ନବମ ସମ୍ମେଟିଭ ପରୀକ୍ଷା ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ ପରୀକ୍ଷା । ଏହା ଏପ୍ରିଲ ୨୧ରେ ଶେଷ ହେବ । ସକାଳ ୮ଟାରୁ ପ୍ରଥମ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏହି ପରୀକ୍ଷାର ମୂଲ୍ୟାଙ୍କନ ଅନ୍ୟ ସ୍କୁଲରେ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।
ଏହା ପୂର୍ବରୁ ପରିଷଦ ପକ୍ଷରୁ ଦଶମ ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହା ଏପ୍ରିଲ-୨୯ରୁ ଆରମ୍ଭ ହୋଇ ମେ ୭ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ ୧ ଓ ସମ୍ମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି । ସମ୍ମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମ୍ମେଟିଭ ୨ ପରୀକ୍ଷା । ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।