-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ସଭା ପ୍ରକୋଷ୍ଠ ରେ ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଏଚ୍. ଆଇ. ଭି.ଓ ମାତୃ-ଶିଶୁ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଳବ ର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ପ୍ରାରମ୍ଭିକ ସୂଚନା ଓ
ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଉପଖଣ୍ଡ ଚିକିତ୍ସାଳୟ, ପଦ୍ମପୁର ର ଆଇ. ସି. ଟି.ସି ର ସଂଯୋଜକ ଶ୍ରୀ ଚିନ୍ତାମଣି ପଣ୍ଡା ଏବଂ ବରଗଡ ଜିଲ୍ଲା ଆହାନl- ପି .ପି .ଟି. ସି.ଟି. ର କ୍ଷେତ୍ର ଅଧିକାରୀ ଡକ୍ଟର ଅକ୍ଷୟ କୁମାର ପଶାୟତ ଏକ. ଆଇ . ଭି.ନିରାକରଣ,ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କ ରେ ବିଶଦ ଆଲୋଚନା କରିଥିଲେ l ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ୍ ର ସ୍ଵେଚ୍ଛାସେବୀ ଛାତ୍ର ଚନ୍ଦନ ସାହୁ,ଅଜିତ
ରଣା,ସୁନିଲ ମେହେର, ସିଦ୍ଧାର୍ଥ ଶଙ୍କର ଦାଶ ,ଛାତ୍ରୀ କୁମାରୀ ହିତେଶ୍ୱରୀ ବରିହା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦିଶ୍ରୀ, ଗାୟତ୍ରୀ କୁମ୍ଭାର, ଲିଜା ବିଶି ପ୍ରମୁଖ କାର୍ଯକ୍ରମ ରେ ସହଯୋଗ କରିଥଲେ l ସମସ୍ତ ଅଧ୍ୟାପକ- ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ କାର୍ଯକ୍ରମ ରେ ଯୋଗଦାନ କରିଥିଲେ l ପରିଶେଷରେ ଯୁବ ରେଡକ୍ରସ ର ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥଲେ l