-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ଭୁବନେଶ୍ୱର - ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସରକାରୀ ଚାକିରିଆ ଙ୍କୁ ଭିଜିଲାନ୍ସ ଚଢ଼ାଉ କରି ଚାଲିଛି ।ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ ନଂ -୪ ରେ କାମ କରୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର ଙ୍କ ଘର ସମେତ ଏକକାଳୀନ ଭୁବନେଶ୍ବର , ଅନୁଗୁଳ ଓ ଢେ଼ଙ୍କାନାଳ ର ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବାରୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତାଙ୍କର ସମସ୍ତ ସ୍ଥାନ କୁ ଚଢ଼ାଉ କରିଛି । ରାଜଧାନୀ ର ନିର୍ମାଣ ସୌଧ ରେ ଥିବା କାର୍ଯ୍ୟାଳୟ ସହ ଅଜୟ କୁମାର ମିଶ୍ର ଙ୍କ ପଟିଆ ର ସାଇ ଗାର୍ଡେନ ଆପର୍ଟମେଣ୍ଟ ଆବାସିକ ଭଡ଼ା ଘର ବ୍ଲକ ନଂ - ବି/୨୦୨, ଢେ଼ଙ୍କାନାଳ ସଦର ଥାନା ତାରିଣୀ ନଗର ପ୍ଲଟ ନଂ ୧୩୦/୯୯ ଉପରେ ଥିବା ତିନି ମହଲା କୋଠା,ପ୍ଲଟ ନଂ ୧୨୬/୨୦୦ ଏବଂ ୧୩୦/୯୯ ଉପରେ ନିର୍ମିତ ଏକ ମହଲା ଘର,ଭୁବନେଶ୍ବର ର ରଘୁନାଥପୁର ରେ ଥିବା ତିନି ମହଲା କୋଠା,ଅନୁଗୁଳ ଜିଲ୍ଲାର କାକୁଡି ଠାରେ ଥିବା ପୈତୃକ ଘର ଉପରେ ଚଢ଼ାଉ ଚାଲିଛି । ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଙ୍କ ଆଦେଶ କ୍ରମେ ଏହି ଚଢ଼ାଉ ରେ ପାଞ୍ଚ ଜଣ ଡି ଏସ ପି , ୧୧ ଜଣ ଇନ୍ସପେକ୍ଟର ସହ ଅନ୍ୟ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି ।