-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ବରଗଡ(ନିରଞ୍ଜନ ତ୍ରିପାଠୀ) :ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପରିସରରେ ସଭାପତି ପ୍ରମୋଦ ଝାଙ୍କରଙ୍କ ଅଧ୍ୟକ୍ଷତାରେ ମାସିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ରେ ଲେଖକ ବିରେନ୍ଦ୍ର ମିଶ୍ର ଙ୍କ ଲିଖିତ ଓଡିଶା ଡାଲଖାଇ ପୁସ୍ତକ ମୁଖ୍ୟ ଅତିଥି ଶ୍ରୀ ଅମୂଲ୍ୟ ପତି ଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ମହାପାତ୍ର,ଗୌନ୍ତିଆ ସାହୁ,କେଦାର ମିଶ୍ର, ଗୋବିନ୍ଦ ଦାଶ, ମଞ୍ଚାସିନ ସଂଘ ପଦାଧିକାରୀ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଉପସ୍ଥିତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ସଂଘ ତରଫରୁ ଶ୍ରୀ କେଦାର ମିଶ୍ର ଓ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା Iଏଥିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶୁଶିଳ ମହାପାତ୍ର,ନିର୍ମଳ କିଶୋର କର, ତପନ ମିଶ୍ର,ସରଦାର ପ୍ରୀତମ ସିଂ, ଗୋପାଳ ଦାଶ, ଦେବୀ ପଟ୍ଟନାୟକ, ପବିତ୍ର ସରାଫ, କୃଷ୍ଣ ପଟ୍ଟନାୟକ, ପ୍ରଦୀପ ସାହୁ,ପ୍ରସନ୍ନ ପ୍ରଧାନ, ସ୍ବାଧୀନ ମହାରଣା,ତୁଳସୀ ଚରଣ ଦାଶ ପ୍ରମୁଖ ଯୋଗଦାନ କରିଥିଲେ।