-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଦ୍ୱିତୀୟ ଥର ପାଇଁ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା ପରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ଡକ୍ଟର ସିଦ୍ଧାନ୍ତ ମହାନ୍ତିଙ୍କ ନେତୃତ୍ବରେ ପ୍ରଥମ ଥର ଏକ ଓ୍ୱେବିନାର୍ ମିଟିଙ୍ଗ୍ ଆୟୋଜନ କରାଯାଇଥିଲା। ଏହି ଓ୍ୱେବିନାର୍ ମିଟିଙ୍ଗ୍ ରେ ମୁଖ୍ୟ ଅତିଥି ରୂପେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ସହ ରାଜ୍ୟ କାର୍ଯ୍ୟକାରି ସଭାପତି ଅଭିନାଶ ଠାକୁର୍, ସିନିଅର ରାଜ୍ୟ ଉପସଭାପତି ସ୍ୱାଗତିକା ମହାନ୍ତି,ରାଜ୍ୟ ଉପସଭାପତି ଅଭିନାଶ ପଟେଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପାଢ଼ୀ ଙ୍କ ସହ ଦଳ ର ପୂର୍ବତନ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଓ୍ୱେବିନାର୍ ମିଟିଙ୍ଗ୍ ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଦଳ କୁ କିପରି ତ୍ରୁଣମୁଳ ସ୍ତରରୁ ଆହୁରି ସୁଦୃଢ କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ସହ ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ଦଳକୁ ଆଗକୁ ନେବା ପାଇଁ ପ୍ରେରଣା ଦେଇଥିଲେ।