-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ଶା ମୁଣ୍ଡା ଙ୍କର ଜନ୍ମ ଜୟନ୍ତୀ ସମ୍ବଲପୁର ବିଜେପି ପକ୍ଷରୁ ରବିବାର ପାଳନ କରାଯାଇଛି । କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ତାଙ୍କର ଜନ୍ମ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଥିଲା । ସ୍ଥାନୀୟ ଅଇଁଠାପାଲି ଛକ ରେ ଥିବା ବୀର ବିର୍ଶା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜୟରାମ ମୁଣ୍ଡା, ବହାଦୁର ମୁଣ୍ଡା, ଦେବରାଜ ଭୂମିଜ, ସଞ୍ଜୟ ବାଗ, ଧୀରେନ୍ଦ୍ର ଧନବାଦ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ବିର୍ଶା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ, ରିଙ୍କି ସାହୁ, ଦୟାନିଧି ପ୍ରଧାନ, ରୂପେଶ କୁଅଁର, ଉଲ୍ଲସ ବାରିକ, ଅଜିତ ହୋତା, ଖୁଶି ଛତର, ଭବାନୀ ତାଣ୍ଡି, ଶିବ ଦିୱାନ,ଗୋପାଳ ମହାନନ୍ଦ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝି, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।