-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Mar-2022
ବୌଦ୍ଧ(ପ୍ରେରଣା ଖବର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୌଦ୍ଧ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଛି l ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଯଥା କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା l ଗତ ୧୬ତାରିଖ ରେ କଣ୍ଟାମାଳ,୧୮ ତାରିଖରେ ବୌଦ୍ଧ ଓ ୨୦ ତାରିଖରେ ହରଭଙ୍ଗା ବ୍ଲକରେ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଛି l ସେହିପରି ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ମଧ୍ୟ ସୁରୁଖୁରୁରେ ସମାପ୍ତ ହୋଇଛି l କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ l ନିର୍ବାଚନ
ପ୍ରକ୍ରିୟା ଆରମ୍ଭ ଠାରୁ ବୌଦ୍ଧ ଜିଲ୍ଲାକୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ତୁଷାରକାନ୍ତ ମହାନ୍ତି ଆସିଥିଲେ l ଆଜି ନିର୍ବାଚନ ପ୍ରକ୍ରିୟା ଶେଷ ପରେ ସେ ଫେରି ଯାଇଛନ୍ତି l ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲା ର ସ୍ମୃତି ସ୍ୱରୂପ ବୁଦ୍ଧଙ୍କ ଏକ ଚିତ୍ର ପଟ୍ଟପ୍ରଦାନ କରିଥିଲେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ l ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଡି ସି ପି ଓ ରାହୁଲ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ର ସଭ୍ୟ ତଥା ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ l