-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଖେଳରେ କୁକୁରଛୁଆକୁ ବଳି ଦେଇ ରକ୍ତପିଇଲେ ୫ ଶିଶୁ : ଭୀମଭୋଇ ହାସପାତାଲ ରେ ଚିକିତ୍ସିତ !

28-Feb-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  ଗତ ୧୯ ତାରିଖରେ ସଦର ବ୍ଲକର ବରକାନୀ ପଞ୍ଚାୟତର ପଣ୍ଡରାପିଟା ଗ୍ରାମରେ ଏକ ଅଭାବିତ ଘଟଣା ଘଟିଛି । କିଛିଦିନ ଆଗରୁ ଏହି ଗ୍ରାମରେ ପାଟଖଣ୍ଡା ବଳିଯାତ୍ରାର ଅନୁକରଣ କରି ଏହି ଗାଁ'ର ୭/ ୮ ବର୍ଷର  ୫ ଜଣ ଶିଶୁ ବଳିଯାତ୍ରାର ଖେଳ ଖେଳି ଏକ କୁକୁରଛୁଆକୁ ଫୁଲମାଳ ପିନ୍ଧାଇ ସିନ୍ଦୁର ଲଗାଇ ପ୍ଲାଷ୍ଟିକ୍ ଡବାର ବାଜା ବଜାଇ  ବଳିବୋଦା ସଜାଇ ନେଇ ଖେଳଦେବୀଙ୍କ ପାଖରେ ବଳି ଚଢାଇ ରକ୍ତ ପିଇଥିଲେ । ବଳିଯାତ୍ରା ପରି ସେମାନେ ବରୁଆ ବା କାଳିସୀ, ପୂଜକ, ଘାତକ ଇତ୍ୟାଦି ସାଜିଥିଲେ । ଏହା ଦେଖିପକାଇ ଗାଁ'ର କିଛିଲୋକ ସେମାନଙ୍କ ଘରଲୋକଙ୍କୁ କହିବାରୁ କାଳେ କିଛି ଅସୁସ୍ଥତା ଆଶଙ୍କାରେ ଘରଲୋକେ ସେମାନଙ୍କୁ ଆଣି ଭୀମଭୋଇ ମେଡିକାଲ କଲେଜ ହାସପାତାଲରେ ଚିକିତ୍ସା କରାଇଥିଲେ । ଗତକାଲି ସେମାନଙ୍କ ଆଉଥରେ ଦ୍ବିତୀୟ ଡୋଜ୍  ଇଞ୍ଜେକସନ୍ ଦେବାକୁ ଅଣାଯାଇଥିବାବେଳେ ଘଟଣାଟି ପ୍ରଘଟ ହୋଇଥିଲା  ଓ ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି ।  ସେମାନେ ଏବେ ସୁସ୍ଥ ରହିଥିବା ଜଣାଯାଇଛି । ତେବେ ଏସବୁ ତଥାକଥିତ ପରମ୍ପରା ବା ବଳିପ୍ରଥାର ଦୃଶ୍ୟ କୋମଳମତୀ ଶିଶୁଙ୍କ ଉପରେ କିପରି ପଡୁଛି ,  ସମସ୍ତେ ଚିନ୍ତା କରିବାର ଅବକାଶ ପହଞ୍ଚିଛି । କେହି ନିଜର ନିକୃଷ୍ଟସ୍ବାର୍ଥ, ମାଂସଲାଳସା ବା କୌଣସି ସଂପ୍ରଦାୟର ଭୋଟରାଜନୀତି ଉଦ୍ଦେଶ୍ୟରେ ଏତେବଡ କୁପ୍ରଭାବ ସମ୍ପର୍କରେ ଉଦାସୀନ ରହିବା ଅନୁଚିତ୍ । ରାଜନେତା, ବୁଦ୍ଧିଜିବୀ, ଶିକ୍ଷିତବର୍ଗ, ପ୍ରଶାସନ, ସରକାର ଏଥିପାଇଁ ଚିନ୍ତାଶୀଳ ହେବା ନିହାତି ଆବଶ୍ୟକ ।

 ଆଦିବାସୀ ପରମ୍ପରା ନାଁ'ରେ ପଶ୍ଚିମ ଓଡିଶାର ବିଭିନ୍ନ ଜାଗାରେ ବଳିପର୍ବ ବହୁତ ପୁରୁଣା । ବଲାଙ୍ଗୀର ଜିଲ୍ଲାର ବି ସୁଲିଆଯାତ୍ରା, ପାଟଖଣ୍ଡା ଓ ଅନ୍ୟାନ୍ୟ ପୂଜାପର୍ବରେ ମଇଁଷି, ଛେଳିବୋଦା, ମେଣ୍ଢା, କୁକୁଡା, ପାରା, ବତକ ଇତ୍ୟାଦି ଗୃହପାଳିତ ପଶୁପକ୍ଷୀଙ୍କୁ ଏକତ୍ର ବଳି ଦିଆଯାଇଥାଏ । ଏଥରୁ ସାରା ଓଡିଶାର ସବୁଠୁଁ ବଡ ସୁଲିଆଯାତ୍ରାରେ ହଜାର ହଜାର ସଂଖ୍ୟାରେ ମଇଁଷି , ଛେଳି , ମେଣ୍ଢା , କୁକୁଡା ପାରା ବତକ ଏକତ୍ର ବଳି ଦିଆଯାଉଛି ।  ବଲାଙ୍ଗୀର ଜିଲ୍ଲା ସଦରମହକୁମାଠାରୁ ମାତ୍ର ୨୦/୨୫ କିମି ଦୂରରେ ଦେଓଗାଁ ବ୍ଲକ୍ ର ତୁଷୁରାଥାନାନ୍ତର୍ଗତ ଖଇରଗୁଡା ଗ୍ରାମର ବଡଖଳା ଓ କୁମୁରିଆ ସାନଖଳା ସହ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ରେ ମଧ୍ୟ ଏହା ଚାଲିଆସୁଛି । ଏତଦ୍ ବ୍ୟତୀତ ପାଟଖଣ୍ଡାଯାତ୍ରାରେ ମଧ୍ୟ ସଦର ବ୍ଲକ୍ ର ବରକାନୀ ଆଦି ଅଞ୍ଚଳରେ ଏହି ବଳିପର୍ବ ହୋଇଥାଏ । ମଝିରେ ସୁଲିଆଯାତ୍ରାର ଏଭଳି ବହୁପଶୁବଳିକୁ ବନ୍ଦ କରାଯିବାକୁ କେତେକ ସଂଗଠନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏପରିକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଅଦାଲତର ଆଦେଶ ମୁତାବକ ବିବାଦୀୟ ବଳିସ୍ଥାନରେ ୧୪୪ଧାରା ଭଳି ଆଇନଗତ କଟକଣା ଜାରୀ ହୋଇଥିଲା । କିନ୍ତୁ ଏହାପଛରେ କେତେକ ନେତା ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ଆଦିବାସୀପରମ୍ପରା ନାଁ'ରେ ପ୍ରବଳ ଜିଦ୍ ଓ ବିରୋଧ କରି ଶେଷରେ ସୁପ୍ରିମକୋର୍ଟର ଏକ ଆଦେଶନାମା ହାସଲକରି ଅଦ୍ୟାବଧି ପୂର୍ବାପେକ୍ଷା ଆହୁରି ଅଧିକମାତ୍ରାରେ ଏହି ନୃଶଂସ ସମୂହ ଗୃହପାଳିତ ମହାପଶୁପକ୍ଷୀବଳିଯାତ୍ରାକୁ ଅବ୍ୟାହତ ରଖି ଆସିଛନ୍ତି  ! ଏପରିକି ପୁଲିସ୍ , ପ୍ରଶାସନ ଓ ନିର୍ବାଚିତ ଲୋକପ୍ରତିନିଧିମାନେ ନିଜେ ଏହି ବଳିଯାତ୍ରାର ଅଂଶବିଶେଷ ପାଲଟୁଥିବା ଦେଖାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ନାଁ'ରେ ସେଠାରେ ସମବେତ ପୁଲିସ୍ ବଳିମାଂସର ଭୁରିଭୋଜନରେ ଆପ୍ୟାୟିତ ହୋଇଥା'ନ୍ତି  !

ତେବେ ଏବେ ଏହି ଚାଞ୍ଚଲ୍ୟକର  ଶିଶୁଙ୍କ ଦ୍ବାରା ବଳି ଅନୋକରଣର ଖେଳର କୁକୁରଛୁଆର ବଳି ଓ କଞ୍ଚାରକ୍ତପିଇଯିବା ସମାଜରେ ସବୁଠାରୁ ଭୟାନକ ଘଟଣା ବୋଲି କୁହାଯାଉଛି । ଏହା ବିରୁଦ୍ଧରେ ସମାଜସେବୀମାନେ ତୁରନ୍ତ ସଚେତନତା ସୃଷ୍ଟି ଦିଗରେ ତତ୍ପର ହୋଇପଡିବା ଜରୁରୀ ବୋଲି ଆହ୍ବାନ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like