-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଆସାମର ବାଘଜାନ ଅଞ୍ଚଳରେ ତେଲ କୂଅରେ ଲାଗିଥିବା ନିଆଁ ଲିଭିଛି । ୫ ମାସର ଉଦ୍ୟମ ପରେ ଏହି ତେଲ କୂଅର ନିଆଁକୁ ସମ୍ପୂର୍ଣ୍ଣ ଭଆବେ ପ୍ରଶମିତ କରାଯାଇଛି । ଦେଶର ଉତ୍ତରପୂର୍ବାଞ୍ଚଳରେ ଏହା ସବୁଠାରୁ ବଡ ଔଦଗିକ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ତେଲ କୂଅରେ ନିଆଁ ଲାଗିବାରୁ ୩ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ଅନେକ କର୍ମଚାରୀ ଏଥିରେ ଆହତ ହୋଇଥିଲେ । ଅନେକ ଅଗ୍ନିଶମ ପ୍ରଶମନ ବିଭାଗ ତଥା ମଲ୍ଟି ଏଜେନ୍ସିର ମିଳିତ ପ୍ରଚେଷ୍ଟା ଯୋଗୁଁ ଏପରି ହୋଇଛି!! ଏହି ନିଆଁ ଲିଭାଇବା ପାଇଁ ଅନେକ ବିଦେଶ ବିଶେଷଜ୍ଞମାନଙ୍କର ସାହାଯ୍ୟ ନିଆଯାଇଥିଲା । ଏବେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରାଯାଇଥିବା ଅଏଲ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ତୈଳ କୂପରେ କୌଣସି ବିପଦ ନଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଏହାଉପରେ ନଜର ରଖାଯିବ । ଏହି ତୈଳ କୂପକୁ ସିଙ୍ଗାପୁର ଡିଜାଷ୍ଟର କଣ୍ଟ୍ରୋଲ ଫାର୍ମ ପକ୍ଷରୁ ନିୟନ୍ତ୍ରଣରେ ରଖାଯାଇଛି । ଏହାର ବିଶେଷଜ୍ଞମାନେ ୨୪ ଘଣ୍ଟା ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ!!*