-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଗୁଡଭେଲା, (ପ୍ରେରଣା ଖବର): ଗୁଡଭେଲା ବ୍ଲକ ଋଷୁଡ଼ା ପଂଚାୟତ ବରଲା ଗ୍ରାମରେ ଜୟ ଯବାନ କ୍ରିକେଟ ଟୁର୍ନାମେଣ୍ଟ 2020 ଅନୁଷ୍ଠିତ ହୋଇଯାଇଛି l ବରଲା ଗ୍ରାମରେ 10. 11. 20 ରୁ 14. 11. 20 ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ହୋଇଥିଲା l ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ଅଜୟ ଯଶୱାଲ, ସମ୍ମାନିତ ଅତିଥି ସମାଜସେବୀ ବୁଦ୍ଧଦେବ ନାଗ, କୈଳାସ ବେହେରା, ଅର୍ଜୁନ ଭୋଇ, ଲଷ୍ମୀନାରାୟଣ ପଧାନ, ସୀତାରାମ ଧାରୁଆ ଯୋଗ ଦେଇଥିଲେ l ଫାଇନାଲ ମ୍ୟାଚରେ ଆଠଗାଁ ଦଳ ବିଜେତା ହୋଇଥିଲେ ଓ ବରଲା ଦଳ ରଂନର୍ସ ଅପ ହୋଇଥିଲେ l ବିଜେତା ଦଳକୁ ଦଶ ହଜାର ଟଙ୍କା ବେଳେ ରଂନର୍ସ ଅପକୁ ଛଅ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଏହି ଟୁର୍ନାମେଣ୍ଟରେ ସହଯୋଗ କରିଥିଲେ ବରଲା ଦଳର କିଶୋର, ଗୌରାଙ୍ଗ, ଦିଲୁ, ବୁଲୁ, ସିଦ୍ଧେଶ୍ୱର, ବବ୍ଲୁ, ମଣ୍ଟୁ, ଟିକେଚନ, ଚନ୍ଦ୍ରମଣୀ, ନୃପରାଜ, ଲକ୍ଷପତି, ନେତାନନ୍ଦ, ରୋହିତ ଓ ବୈରାମ l ଏହି ଟୁର୍ଣ୍ଣାମେଣ୍ଟରେ ଦଶ ଅଭର ବିଶିଷ୍ଠ ଖେଳ ହୋଇଥିଲା l