-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ): ଗତ ୨୦୧୭ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲାର ୯ନଂ ଜୋନ ବିନିକା(୨ନଂ ଜୋନ ଜିଲ୍ଲାପରିଷଦ) ଆସନ ଟି ବିଜେପି ହାତକୁ ଚାଲିଯାଇଥିଲା ।ଏଥର ଉକ୍ତ ଆସନଟି କୁ ଯେମିତି ହେଲେବି ବିଜେଡ଼ି ଅକ୍ତିଆର କରିବା ନେଇ ଦଳ ତରଫରୁ ଉଦ୍ୟମ ଜାରି ରହିଛି ।ସେଥିପାଇଁ ଆଜି ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଉକ୍ତ ଜୋନର ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଟର ଙ୍କୁ ବିଜେଡ଼ି ପକ୍ଷରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ।ମନ୍ତ୍ରୀ ପଦ୍ମନାଭ ବିଭିନ୍ନ ନିର୍ବାଚନୀ ସଭାରେ ଲୋକଙ୍କ ଓ ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ଅବଗତ ହୋଇ ତାର ସମାଧାନ ଦିଗରେ ପ୍ରତିଶ୍ରୁତି ଦେଇଥିଲେ ।ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଥିବା ବଶିଷ୍ଠ ଭରାସାଗର୍ ଙ୍କୁ ଜୟଯୁକ୍ତ କଲେ ନିଶ୍ଚୟ ଅଞ୍ଚଳର ବିକାଶ ଦିଗରେ ସହାୟକ ହେବ ବୋଲି କହିଥିଲେ । ଏହି ଜୋନର ମହାଦେବପାଲି, ସେଲେଡ଼ି,ସିଲାଟି, ସଂକରା, ମେଘେଲା ପ୍ରଭୃତି ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ବିଜେଡ଼ି ର ନିର୍ବାଚନ ପ୍ରଚାର ଜୋରଦାର ହୋଇଥିଲା। ଏହି ପ୍ରଚାରରେ ବିନିକା ବ୍ଳକ ସଭାପତି ଦ୍ବାରିକାନାଥ ସାହୁ,ନଗର ସଭାପତି ସୋମନାଥ ମିଶ୍ର,ବ୍ଳକ ସମ୍ପାଦକ ଟଙ୍କଧର ମେଲ୍ଲି,ପ୍ରଶାନ୍ତ ପୂଜାରୀ,ଦଶରଥ ପାତ୍ର,ଅଦବେତ ପଣ୍ଡା, ଭରତ ଗାଇଗରିଆ,ଦାଶରଥି ନନ୍ଦ,ଜୟପ୍ରକାଶ ପ୍ରଧାନ, ଧର୍ମରାଜ ପଣ୍ଡା,ନିରଞ୍ଜନ ଭୋଇ,ଅଚ୍ୟୁତ କଣ୍ଟା,ଚୈତନ୍ୟ ଦନ୍ତା,ଶ୍ରିବଳ ବଗର୍ତ୍ତି, ଭୋଜପତି ବେହେରା ପ୍ରମୁଖ ସାମିଲ ହୋଇଥିଲେ ।