-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ) ମୁକ୍ତ ଅବାଧ ଓ ଶୃଙ୍ଖଳିତ ମତଦାନ ସକାଶେ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅଞ୍ଚଳର ଚରଦା,ଫୁଲମୁଠୀ ଗ୍ରାମରେ ଆଜି ଅପରାହ୍ନରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।ବିନିକା ତହସିଲଦାର ଗୁପ୍ତେଶ୍ୱର ପାଣିଗ୍ରାହୀ,ଏସଡିପିଓ ପୁଷ୍ପାଞ୍ଜଳି ମିଁଚ,ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରୋକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଫ୍ଲାଗ ମାର୍ଚ୍ଚ ରେ ପ୍ରାୟ ଏକ
ପ୍ଲାଟୁନ ପୋଲିସ ଫୋର୍ସ ଫୁଲ ମୁଠି ଗ୍ରାମର ଗଲି, କାନ୍ଦି ରାସ୍ତାରେ ବୁଲି ଲୋକଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ଲକର ଅତି ଉତ୍ତେଜନା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ଚରଦା ପଞ୍ଚାୟତ ନିର୍ବାଚନରେ ଦୁଇ ହେବିୱେଟ୍ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦିତା କରୁଥିବାରୁ ଏବଂ ଯିଏ ଜିତିଲେ ସେହି ପ୍ରାର୍ଥୀନୀ ଜଣକ କୁଆଡେ ବ୍ଳକ ଅଧ୍ୟକ୍ଷା ପଦ ହାତେଇବା ସମ୍ଭାବନା ଥିବାରୁ ଅନ୍ୟ ପଞ୍ଚାୟତର ନିର୍ବାଚନ ବାତାବରଣ ଅପେକ୍ଷା ଏଠାରେ ପ୍ରଚାର ସରଗରମ ରହିଛି ।ତେଣୁ ଏହି ପଞ୍ଚାୟତ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।