-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ସୁବର୍ଣ୍ଣପୁର- ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଗତ ୫ ତାରିଖରେ କଳାହାଣ୍ଡି ଜ଼ିଲ୍ଲାର ମୋହନଗିରି ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନୀ ଘଟିଥିବାରୁ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ୫୦ ଲକ୍ଷ ଟଙ୍କା ସହାୟତା ସହ ମୃତ ସାମ୍ବାଦିକ ଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଆଦି ପ୍ରମୁଖ ୯ ଗୋଟି ଦାବୀ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କୁ ପ୍ରଦାନ କରିଯାଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ସମୁଦାୟ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗଭୀର କୃତଜ୍ଞତା ପ୍ରଦାନ କରାଯାଇଛି l ଏହି ଅବସରରେ ସ୍ବର୍ଗତ ବିଶ୍ୱାଳଙ୍କ ସହିତ ନିକଟରେ ହୃଦଘାତରେ ପ୍ରାଣହାନି ଘଟିଥିବା ସମ୍ବଲପୁର ଜ଼ିଲ୍ଲା ଧନକଉଡ଼l ବ୍ଲକ ସମ୍ବାଦ ପ୍ରତିନିଧିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟlଳୟ ପରିସରରେରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଥମେ ସ୍ବର୍ଗୀୟ ସାମ୍ବାଦିକ ଦ୍ବୟଙ୍କ ଅମର ଆତ୍ମାର ଶାନ୍ତି ଲାଗି ବିଭିନ୍ନ ଗଣମାଧ୍ୟମ ଓ ଅଫିସ କର୍ମଚାରୀଙ୍କ ସହ ଦୀପ ଓ ପୁଷ୍ପ ପ୍ରଦାନ କରି ଦୁଇ ମିନିଟ ନିରବ
ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସଂପାଦକ ମହାଦେବ ମଲ୍ଲିକ, ସଂଘର ଉପଦେଷ୍ଟା ଦିଲିପ ପାତ୍ର, ଆଇନସେଲ ମୁଖ୍ୟ ଲକ୍ଷ୍ମୀନ୍ଦ୍ର ବେଜ, ସାମ୍ବାଦିକ ଯୁଧିଷ୍ଠିର ସାହୁ ,ସୂଚନା ଓ ଲୋକସଂପର୍କ ବିଭାଗର ବିଦ୍ୟାପତି ପଣ୍ଡା, ମାନଭଞ୍ଜନ ପଟ୍ଟନାୟକ, ଚମରା ବିଶି ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସୃତିଚାରଣ କରିଥିଲେ।