-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ବଲାଙ୍ଗିର/ପାଟଣାଗଡ ; ପାଟଣାଗଡ ବ୍ରହ୍ମପୁରା ସଅଁରାପଡାରେ ରହୁଥିବା ମୃତ ବୁଲୁ ଜାନୀଙ୍କ ପରିବାରର ୬ଜଣଙ୍କୁ ଗତ ୧୧ ତାରିଖ ଦିନ ହତ୍ୟା କରାଯିବା ପଛରେ ଏକ ବିସ୍ତିର୍ଣ୍ଣ ଅପରାଧିକ ପୃଷ୍ଠଭୂମି ରହିଥିବା ପୁଲିସ ଅନୁମାନ କରୁଛି । ମୃତକ ପରିବାର ଓ ଅଟକ ପରିବାର ସଦସ୍ୟମାନଙ୍କ ବୟାନରୁ ପୁଲିସ ଅନେକ ବିବାଦୀୟ କଥା ରେକର୍ଡ କରିଛି । ସେସବୁ କଥାର ମୂଳରେ ଅପରାଧିକ କାର୍ଯ୍ୟକଳାପ ରହିଥିବା ଜଣାପଡିଛି । ତେବେ ମୃତ ବୁଲୁଙ୍କ ଘର ଭିତର କାନ୍ଥ ଏବଂ ଚଟାଣରେ ରକ୍ତ ଛିଟା ପଡିଥିବା ବେଳେ ତାଙ୍କ ଘରର ଏକ କୋଣରେ ପ୍ରାୟ ଦେଢ ଫୁଟ ଆକାରର ଏକ ଗାତ ଖୋଳା ଯାଇଥିବା ବେଳେ ଉକ୍ତ ଗାତ ଭିତରେ ମଧ୍ୟ ରକ୍ତ ଲାଗିଥିବା ତାଙ୍କ ପୁଅମାନଙ୍କ ଠାରୁ ଜଣାପଡିଛି । ଘର ଭିତରେ ସେଭଳି ଗାତ ଖୋଳିବା ରହସ୍ୟ କଣ ଜାଣିବାକୁ ଚେଷ୍ଟା କରିବାରୁ ତାଙ୍କ ସମ୍ପ୍ରଦାୟର କିଛି ଲୋକଙ୍କ କହିବା ଅନୁସାରେ, ସଅଁରା ପଡାରେ ରହୁଥିବା ଜାନୀ ସଂପ୍ରଦାୟର ଲୋକେ ନିଜର ମୂଲ୍ୟବାନ ସମ୍ପତ୍ତି, ଟଙ୍କା ପଇସା ସବୁକୁ ମାଟିତଳେ ରଖିଥାଆନ୍ତି । ତାହା ଉପରେ ଠାକୁର ପିଣ୍ଡି ରହିଥାଏ । ପ୍ରକାଶ ଯେ, ବୁଧାବାର ଦିନ ବୁଲୁ ଜାନୀଙ୍କ ଘର ବାଟରେ ନାଲି କପଡା ଓ ନଡିଆ ଦେଖିବାକୁ ମିଳିଥିବା ବେଳେ ଭିତରେ ଏକ ପିଣ୍ଡିରେ ଠାକୁର ରଖାଯାଇଥିଲେ । ଏହି ବିଭସ୍ô କାଣ୍ଡରେ ତାଙ୍କ ପରିବାରକୁ ନିକଟରୁ ଜାଣିଥିବା ଲୋକେ ହିଁ ମାଟିଖୋଳି ଠାକୁର ପିଣ୍ଡିତଳୁ ସେସବୁକୁ ନେଇଯାଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି । ତେଣୁ ହତ୍ୟା ପଛରେ ଟଙ୍କା ପଇସା ବି ଅନ୍ୟତମ କାରଣ ହୋଇଥାଇ ପରେ ବୋଲି ପୁଲିସ ସେନେଇ ତଦନ୍ତ ଚଳାଇଥିବା ଜଣାଯାଇଛି । ବିସ୍ୱସ୍ତ ସୁତ୍ରର ମିଳିଥିବା ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ତାଙ୍କ ସମ୍ପ୍ରଦାୟର ଅନେକଙ୍କ ଟଙ୍କା ପଇସା, ସୁନା, ରୁପାଆଦି ନିଜ ପାଖରେ ରଖୁଥିଲେ । କେଉଁମାନେ ଓ କାହିଁକି ତାଙ୍କ ପାଖରେ ସେସବୁ ରଖୁଥିଲେ । ତାହା ପଛରେ କିଛି ବିବାଦ ରହିଛି କି ? ସୁରକ୍ଷା ଦୃଷ୍ଟିରୁ ପୁଲିସ ମୃତ ବୁଲୁଙ୍କ ଘର ସମ୍ମୁଖରେ ପଇଁତରା ମାରୁଥିବା ଦେଖିବାକୁ ମିଲିଥିବା ବେଳେ ବାହାର ଲୋକଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ ।
ଅନ୍ୟପଟେ ପୁଲିସ ଦ୍ୱାରା ଖବର ପାଇ ତାଙ୍କର ୫ଜଣ ପୁଅ ୧୨ତାରିଖ ଦିନ ସକାଳେ ଭୂବନେଶ୍ୱରରୁ ଆସି ପାଟଣାଗଡରେ ପହଚିଂଥିଲେ । ପୁଲିସ ସେମାନଙ୍କର ଲିଖିତ ଓ ବୟାନ ମାଧ୍ୟମରେ ଭୋଲା ଜାନୀ ଓ ଶିବା ଜାନୀକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଆଜି ସକାଳେ ପୁଲିସ ଭୋଲା ଓ ଶିବାର ବାପା ବବୁଲୁ ଜାନୀ ଓ ତାଙ୍କର ଜ୍ୱାଇଁ ସୁରେଶ ମାଝିଙ୍କୁ ପାଟଣାଗଡ ଥାନାକୁ ତାଙ୍କ ଘର ବ୍ରହ୍ମପୁରା ସ୍ଥିତ ସଅଁରାପଡାରୁ ଉଠାଇ ଆଣିଥିବା ବବୁଲୁଙ୍କ ସ୍ତ୍ରୀ ଚନ୍ଦ୍ର ପତିଆ ଜାନୀ ଓ ସୁରେଶଙ୍କ ସ୍ତ୍ରୀ ରଖମନୀ ମାଝୀ କହିଛନ୍ତି । ତେବେ ସେମାନଙ୍କ ସ୍ତ୍ରୀମାନଙ୍କ କହିବା ମୁତାବକ ସେମାନେ ସିନ୍ଦେକେଲା ଦେଓଗାଁ ଠାରେ ନିଜର ବ୍ୟବସାୟ ପାଇଁ ଯାଇଥିଲେ । ଦୀପବଳୀ ପାଇଁ କାଲି ଉପରବେଳା ବ୍ରହ୍ମପୁରା ସ୍ଥିତ ଘରକୁ ପହଚିଂ ଥିଲେ ବୋଲି କହିଛନ୍ତି ।
ଗତକାଲି ସଂଧ୍ୟାରେ ସ୍ଥାନୀୟ ସମାଜସେବୀଙ୍କ ସହୟାତରେ ମୃତ ବାପା-ମା, ୨ଭାଇ, ଭଉଣୀ ଓ ଝିଆରୀଙ୍କ ଶବ ଦାହପରେ ଆଜି ଦିନ ୧୧ ଟାରେ ମୃତ ବୁଲୁ ଜାନୀଙ୍କ ୫ପୁଅ ଓ ତାଙ୍କ ପରିବାରର ସଦସ୍ୟ ପୁଲିସର ନିର୍ଦ୍ଦେଶକ୍ରମେ ତାଙ୍କ ସଅଁରାପଡା ଘରକୁ ଯାଇଥିଲେ । ଘରେ ପହଚିଂ ପରିବାରର ସମସ୍ତେ ଘରକୁ ଦେଖିଲା ପରେ କାନ୍ଦି ପକାଇଥିଲେ । ପରେ ବନ୍ଦ ଥିବା ଘରର କବାଟ ଖୋଲିଲା ପରେ ଭିତରକୁ ପ୍ରବେଶ କରିଥିେଲେ । ସେମାନେ ତାଙ୍କ ଆଖି ସମ୍ମୁଖରେ ଘର ଭିତରର ଦୃଶ୍ୟ ଦେଖିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ । କିଛି ସମୟ ପରେ ମୃତ ସଂଗ୍ରାମ ଜାନୀଙ୍କ ସ୍ତ୍ରୀ ରୁବି ଜାନୀ ସାହାସ ଜୁଟାଇ ସମସ୍ତଙ୍କୁ ଘରଭିତରକୁ ନେଇଥିଲେ । ଏହାପରେ ସେମାନେ ସମାଜିକ ରୀତିନୀତି ଅନୁସାରେ ସଫାସୁତୁରା ହୋଇ ତେଲ ଲଗାଇଥିଲେ । ଏଠି ତାଙ୍କର ଆଉ କେହି ସମ୍ପର୍କିୟ ନଥିବାରୁ ସେମାନେ ଶୁଦ୍ଧି ହେଲାପରେ ତାଙ୍କର ପୈତୃକ ଗାଁକୁ ଯାଇ ସେଠାକାର ସମାଜିକ ରୀତିନୀତି ଅନୁସାରେ ବାପାଙ୍କର କାର୍ଯ୍ୟ କରିବୁ ବୋଲି ତାଙ୍କ ପୁଅ ବିକାଶ କହିଛନ୍ତି । ଘର ଭିତରେ ଏବଂ ଘର ସମ୍ମୁଖରେ ପଡିଥିବା ଆସବାବପତ୍ରକୁ ସେମାନେ ସଜାଡୁଥିବା ତାଙ୍କ ବଡ ବୋହୁଙ୍କ ଠାରୁ ଜଣାପଡିଛି । ପୁଲିସର ନିଦ୍ଦେଶକ୍ରମେ ପୁଅମାନେ ତାଙ୍କ ଘର ବାରଣ୍ଡାରେ ଥିବା ତାଙ୍କର ଗୋଟିଏ ହିରୋ ଏଚିଭର (ଓଡି ୦୩ ଆର ୨୪୩୮) ଓ ଡିସକଭର (ଓଆର ୧୭ ଏଫ ୦୯୩୫) ଗାଡିକୁ ବାହାରକରି ଷ୍ଟାଟ୍ କରୁଥିବା ସମୟରେ ଡିସକଭର ଗାଡି ଷ୍ଟାଟ ହୋଇନଥିଲା । ପରେ ସେମାନେ ଦେଖିବାକୁ ପାଇଥିଲେ ଯେ, ତେଲ ଟାଙ୍କିର ଇଞ୍ଜିନକୁ ସଂଯୋଗ କରୁଥିବା ପାଇପ୍ କଟାଯାଇଥିବା ପ୍ରତୀତ ହୋଇଥିବା ତାଙ୍କ ପୁଅଙ୍କ ଠାରୁ ଜଣାପଡିଛି । ଠିକ ଏହି ସମୟରେ ସେଠାରେ ମୃତୟନ ଥିବା ପୁଲିସର ଦୃଷ୍ଟି ବୁଦାମୂଳରେ ପଡିଥିବା ଏକ ଦୁଇଟି ଚାବି ଲଗା ରିଙ୍ଗ ଉପରେ ପଡିଥିଲା । ମୁତୟନ ଥିବା ପୁଲିସ ଉକ୍ତ ଚାବିକୁ ଉଠାଇ ବିକାଶକୁ ଏହା ତୁମର ଗାଡି ଚାବିକି ବୋଲି ପଚାରିଥିଲେ । ବିକାଶ ଏହା ଆମ ଗାଡି ଚାବି ନୁହେଁ ବୋଲି ମନା କରିଦେବାରୁ ପୁଲିସ ଉକ୍ତ ଚାବିକୁ ନିଜ ହିପାଜତରେ ରଖିଥିଲା । ପରେ ପୁଲିସର ନିର୍ଦ୍ଦେଶକ୍ରମେ ଉକ୍ତ ଦୁଇ ଗାଡିକୁ ମୃତ ବୁଲୁଙ୍କ ପୁଅମାନେ ପାଟଣାଗଡ ଥାନାରେ ଜିମା ଦେଇଥିଲେ । ତେବେ ଏହି ଗାଡି ଚାବି ଟି କାହାର? କେମିତି ଏଠାକୁ ଆସିଲା ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ଅପରପକ୍ଷରେ ଘଟଣା ଦିନ ଘର ପଛପଟେ ପଡିଥିବା ଏକ ବୋତଲରେ ଅଳ୍ପ ପରିମାଣର ପେଟ୍ରୋଲ ଥିବା ଦେଖିବାକୁ ମଳିଛି । ତେବେ ଏହି ଘଟଣାର କଣ ରହସ୍ୟ ରହିଛି ତାହା ମଧ୍ୟ ସନ୍ଦେହ ଘେରରେ ଅଛି । ତେବେ ଘଟଣା ପରଠାରୁ ବଲାଙ୍ଗିର ଏସପି ମଡକର ସନ୍ଦୀପ ସମ୍ପଦ ଏବଂ ଅତିରିକ୍ତ ଏସପି ମନୋରଂଜନ ପ୍ରଧାନ ପ୍ରଥମ ଦିନରୁ ପାଟଣାଗଡ ଥାନରେ କ୍ୟାମ୍ପ କରି ରହିଛନ୍ତି । କିନ୍ତୁ ବୁଧବାର ଦିନରୁ ପାଟଣାଗଡ ଥାନାର ମୂଖ୍ୟ ଗେଟକୁ ବନ୍ଦ କରିଦେଇ ଭିତରେ ଘନଘନ ଜେରା ଚାଲିଛି । ଅଟକ ଦିଇ ଯୁବକଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯାଉଛି । ଏସପିଙ୍କ ହସ୍ତକ୍ଷେପ ଥିବାରୁ ପାଟଣାଗଡ ଏସଡିପିଓ, ପାଟଣାଗଡ ଥାନା ଅଧିକାରୀ କେହିବି ମୁହଁ ଖୋଲୁ ନାହାନ୍ତି ।