-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଖୋଲାଖୋଲି ଚାଲିଛି ବେଆଇନ ଦାଦନ ଶ୍ରମିକ ଚାଲାଣ - ପ୍ରଶାସନ ନିରବଦ୍ରଷ୍ଟା

14-Nov-2020



ବଲାଙ୍ଗୀର,ବେଲପଡ଼ା (ପ୍ରେରଣା ଖାବର) -ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ରେ କୋଭିଡ-୧୯ ପାଇଁ ଫେରିଆସିଥିବା ଶ୍ରମିକ ଦୈନିକ ସହ ସହ ସଂଖ୍ୟାରେ କାମ,ଧନ୍ଦା ଅଭାବରୁ ରାଜ୍ୟ ବାହାର କୁ ଯିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ବିଭିନ୍ନ ବସ ଯୋଗେ ଦାଦନ ସର୍ଦ୍ଦାର ଏହି ଶ୍ରମିକ ମାନଙ୍କୁ ଖୋଲା, ଖୋଲି ଭାବେ ବିଭିନ୍ନ ରାଜ୍ୟ ମାନଙ୍କୁ ଚାଲାଣ କରୁଥିବା ବେଳେ ସରକାରୀ ନିୟମ ର ଖିଲାପ କରାଯାଉଥିବା ଦେଖାଯାଉଛି । ବିନା ସରକାରୀ ସ୍ୱୀକୃତି ରେ ଆଗୁଆ ନିଜ ଇଚ୍ଛା ମୁତାବକ ଧାର୍ଯ୍ୟ ମୁଲ୍ୟରୁ କମ ଟଙ୍କା ଆଗୁଆ ଦେଇ ବାଧ୍ୟତାମୂଳକ ଭାବେ ଶ୍ରମିକ ମାନଙ୍କୁ ଚାଲାଣ କରାଯାଉଥିବା ବେଳେ ତାର ସରକାରୀ ତାଲିକା ଓ କେଉଁ ଅଞ୍ଚଳ କୁ ନିଆଯାଉଛି ପରି ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଶାସନ କୁ ପ୍ରଦାନ କରାଯାଉ ନାହିଁ  ।  ଏପରି କି ପୋଲିସ,ଶ୍ରମ ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ଜ୍ଞାତ ସାର ରେ ଏହି ବେଆଇନ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ଏଠି ସରକାରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ତାଲିକା ଭୁକ୍ତ ଶ୍ରମିକ ଙ୍କୁ କାମ ମିଳୁ ନ ଥିବା ବେଳେ ମ୍ୟାସିନ ଯୋଗେ କେତେକ ସ୍ଥାନରେ କାର୍ଯ୍ୟ ଚାଲୁଛି। ଯେଉଁ ଥିରେ ଅନେକ ଶ୍ରମିକ ତାଲିକା ଭୁକ୍ତ ହୋଇ ସୁଦ୍ଧା କିଛି ସୁଫଳ ପାଇ ପାରୁ ନାହାଁନ୍ତି । ଭୋକ ଉପାସରେ ଦୁର୍ଦ୍ଦିନରେ ଦିନ କାଟିବା ଯୋଗୁଁ ପୁନଃ ବାଧ୍ୟ ହୋଇ ଆଗୁଆ ଟଙ୍କା ଧାର୍ଯ୍ୟ ଅର୍ଥ ଠାରୁ କମ ହାରରେ ନେବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ପ୍ରଶାସନ ତରଫରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କିମ୍ବା ସହାୟତା ନ ମିଳିବା ଓ ବିନା ଲାଇସେନ୍ସରେ ତଥା ବିନା ପଞ୍ଜିକରଣ ଓ ନିଜ ସରକାରୀ ଲାଇସେନ୍ସ ଅବଧି ସରି ଯାଇଥିବା ସତ୍ୱେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଗାଁ, ଗାଁ ବୁଲି ଶ୍ରମିକ ଙ୍କୁ ଚାଲାଣ କରାଯାଉଛି । ଛୋଟ ଶିଶୁ ଶିକ୍ଷା ରୁ ବଞ୍ଚିତ ହୋଇ ରହୁଥିବା ବେଳେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି କି ଅନେକ ଲୋକ ଆଧାର ପରିଚୟ ପତ୍ର ନିୟମ ରୁ ବାଦ ପଡିଥିବା ବେଳେ ଅନେକ ଅନ୍ୟ ରାଜ୍ୟର ଆଧାର ସହ ଖାଉଟି କାର୍ଡ଼ ପାଇଛନ୍ତି । ବିଶେଷ କରି ବୃଦ୍ଧ,ବୃଦ୍ଧା ଆଧାର ଓ ଖାଉଟି ପରିଚୟ ପତ୍ର ପାଇ ନ ପାରି ନିଜ ଘରେ ରହିଯାଉ ଥିବା ଦେଖାଯାଉଛି। ଜିଲ୍ଲା ରେ ଦାଦନ ସର୍ଦ୍ଦାର ଓ ଦଲାଲ ଖୋଲା, ଖୋଲି ଟଙ୍କା ବଣ୍ଟନ ଓ ଚାଲାଣ ରେ ବେଆଇନ ଭାବେ ସକ୍ରିୟ ଥିବା ବେଳେ ସରକାର ଖାଦ୍ୟ ଓ କାମ ଯୋଜନା ପ୍ରହସନ ପାଲଟି ଯାଇଛି ।  ସେହିପରି କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଜଣ  ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଓ ୨୩ ମହିଳା ରହିଥିବା ବେଳେ ଶ୍ରମିକଙ୍କ ସହ ୮ ଗୋଟି ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତ ଶୁକ୍ରବାର  ବିଳମ୍ବିତ ରାତିରେ କଂଟାବାଞ୍ଜି ରେଳ ଷ୍ଟେସନ ଛକରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗିର, ନୂଆପଡା ଓ ବରଗଡ ଜିଲ୍ଲାର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦାଦନ ସର୍ଦ୍ଦାର ଫେରାର୍‌ ହୋଇ ଯାଇଥିବା ବେଳେ ତଦନ୍ତ ଜାରି ରହିଥିବା କୁହାଯାଇଛି । ଏହି ବେଆଇନ ଶ୍ରମିକ ଚାଲାଣ କରିବା ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ପ୍ରକାଶ ପାଉଛି। କଣ୍ଟାବାଞ୍ଜି, ତୁରେକେଲା, ବେଲପଡା, ମୁରିବାହଲ, ସଇଁତଲା, ଟିଟିଲାଗଡ଼, ପଟଣାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା ,ପରି ଜିଲ୍ଲା ର ସମସ୍ତ ଅଞ୍ଚଳରେ ଏହି ଦାଦନ ସକ୍ରିୟ ରହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like