-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଏନଡିଏ ସ୍ତରୀୟ ବୈଠକ ଶେଷ ହୋଇଛି । ସୂଚନା ମୁତାବକ ୧୫ ନଭେମ୍ବର ସାଢେ ୧୨ଟାରେ ଏନଡିଏ ବିଧାୟକ ଦଳର ବୈଠକ ହେବ । ଏହି ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ଏଥିସହ ବୈଠକରେ ବିଧାୟକ ଦଳର ନେତାଙ୍କୁ ଚୟନ କରାଯିବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆଲୋଚନା ହେବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତିଶଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ନି୍ବାଚନରେ ନିଜ ଦଳର ଆଖି ଦୃଷ୍ଟିଆ ଫଳାଫଳ ହୋଇନଥିବା ପାଇଁ ସେ ମୁଖ୍ୟମନନ୍ତ୍ରୀ ହେବାକୁ ଅରାଜି ହୋଇଥିଲେ!!*ଚଳିତଥର ବିହାରରେ ନୂତନ ସରକାର ଗଠନ ହେବା ସହ ନୀତିଶ କୁମାର ସପ୍ତମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସଦ୍ୟ ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ୧୨୫ ଆସନରେ ସଫଳତା ମିଳିଛି । ଏଥିରେ ବିଜେପିକୁ ୭୪ ଆସନ ଜେଡିୟୁକୁ ୪୩ ଆସନ, ହମକୁ ୪ ଆସନ, ବିଆପିକୁ ୪ ଆସନ ମିଳିଛି!!*ଆଜିର ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ୧୫ ତାରିଖରେ ଏନଡିଏର ବିଧାୟକ ଦଳର ବୈଠକ ହେବ । ସେହିଦିନ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଆଜି କ୍ୟାବିନେଟ ବୈଠକ ହେବ । ଯେଉଁଥିରେ ବର୍ତ୍ତମାନ ବିଧାନସଭାକୁ ଭଙ୍ଗ କରାଯିବ । କ୍ୟାବିନେଟର ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ । ଏବେ ନୂଆ ବିଧାୟକଙ୍କ ନିର୍ବାଚନ ହୋଇସାରିଛି । ପୁରୁଣା ବିଧାନସଭାକୁ ଭାଙ୍ଗିବାକୁ ପଡିବ!!