-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ବଲାଙ୍ଗିର/ବେଲପଡା : ବର୍ତ୍ତମାନ ତ୍ରିସ୍ତରୀୟ ନିର୍ବାଚନ ଜୋର ଧରିଛି। ଏବେ ସବୁ ଦଳ ନିଜ ନିଜର ପ୍ରଚାର ପ୍ରସାର ଲାଗିଲେଣି । ଏପରି ଭାବରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ର ୨୬ ନମ୍ବର ଜୋନ୍ ଭାରତୀୟ ଜନତା ପାର୍ଟିର ଜିଲ୍ଳା ପରିଷଦ ପ୍ରାର୍ଥୀ ଅନିମା ଦାଶ ମଧ୍ୟ ନିଜର ଭୋଟ ଭିକ୍ଷା ପାଇଁ ବାହାରିଛନ୍ତି। ଗତକାଲି ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରି ତାଙ୍କ ନାମ ଅନୁସାରେ ନିଜ ଜନ୍ମସ୍ଥାନ ଧୁମାଭଟା ପଞ୍ଚାୟତ ର ଅଇଁଲାପାଲି ଗାଁ ରୁ ସର୍ବପ୍ରଥମେ ଭୋଟ ଭିକ୍ଷା କରିଛନ୍ତି।ଓ ପରେ କଲ୍ଛିକଚାର ଯାଇ ତାଙ୍କ ନିର୍ବାଚନ ପ୍ରଚାର ପ୍ରସାର କରିଥିବା ଜଣାପଡିଛି। ଆଜି ଦ୍ୱିତୀୟ ଦିନ ଧୁମାଭଟା ଓ ଯୁବା ପଞ୍ଚାୟତ ଖଲଖଲି,ଡଙ୍ଗରତଳ,କୁରେନବାହାଲି,ଭୁଲିଆ ବନ୍ଦ,ସାତଚୁଆଁ ଆଦି ଗ୍ରାମ ଗୁଡିକ ବୁଲି ଲୋକଙ୍କ ଦୁଃଖ, ସମସ୍ୟା ସମ୍ପର୍କରେ ବୁଝିଥିଲେ।ଓ ବିଜେପି ଦଳର ଆଦର୍ଶ ନୀତି ଉପରେ ଆଲୋକପାତ କରାଇଥିଲେ। ଏବଂ ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବାକୁ ନିଜର ଭୋଟ ଭିକ୍ଷା କରିଛନ୍ତି।କୋଭିଡ କଟକଣା ନିୟମକୁ ମାନି କମ୍ ଜନସଂଖ୍ୟା ରେ ନିଜ ଭୋଟ ପ୍ରଚାର କରୁଛନ୍ତି।ଅନିମା ଦାଶ ଙ୍କ ସାଙ୍ଗରେ ୨୬ ନମ୍ବର ଜୋନ୍ ସଭାପତି କୁନୁ ମୁଣ୍ଡା , ପ୍ରଶାନ୍ତ ଦାସ ଓ ବିଜେପି ଦଳର କିଛି କର୍ମୀ ସହଯୋଗ କରୁଥିବା ଜଣାପଡିଛି।