-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜନୀତି

ବଲାଙ୍ଗୀରରେ ହେବ ବଡ ଲଢେଇ । ବାଜିରେ ଲାଗିଛି ରାଜ ପରିବାରର ପତିଆରା, ଫଳାଫଳ କହିବ କିଏ ହେବ କଂଗ୍ରେସର ବଡ ଚେହେରା?

23-Jan-2022



ବଲାଙ୍ଗୀର  ପଞ୍ଚାୟତ ନିର୍ବାଚନକୁ ନେଇ କେବଳ ଗାଁ ରାଜନୀତି ସରଗରମ ନୁହେଁ, ବରଂ ନେତାଙ୍କ ଚିନ୍ତା ମଧ୍ୟ ଦ୍ୱିଗୁଣିତ ହୋଇଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ହାତେଇବାକୁ ଦଳ ପକ୍ଷରୁ ନେତାଙ୍କୁ ଟାସ୍କ ଦିଆଯାଇଛି । ଆଉ ଏହି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ବଲାଙ୍ଗୀର ରାଜନୀତି ଚଳଚଞ୍ଚଳ । କାରଣ ଏଠାରେ ପ୍ରାର୍ଥୀଙ୍କ ବିଜୟ ଉପରେ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । ତେଣୁ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ନେତାଙ୍କ ଫୋକସରେ ରହିଛି । ତେବେ ବଲାଙ୍ଗୀର ରାଜନୀତି ଏଥିପାଇଁ ରୋଚକ, କାରଣ ଏଠାରେ ଭୋଟରଙ୍କ ମୁଡ ପରଖିବା ନେତାଙ୍କ ପାଇଁ କଷ୍ଟକର ।
 ଗତ ୨୦୧୭ ନିର୍ବାଚନରେ ବଲାଙ୍ଗୀରର ୩୪ ଜିଲ୍ଲା ପରିଷଦ ଆସନରୁ ବିଜେପି ଏକାକୀ ୨୩ଟି ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । କନକ ବର୍ଦ୍ଧନ ସିଂହଦେଓଙ୍କ ଗୋଟିଚାଳନାରେ ଏଠାରେ ଶାସକ ଦଳକୁ ଧରାଶାୟୀ କରିଥିଲା ବିଜେପି । କାରଣ ସେତେବେଳେ ବିଜେପିରୁ ବିଧାୟକ ଥିଲେ କନକ । ତେଣୁ ସଙ୍ଗଠନ ସହ ଲଗାତାର ଜଡିତ ରହିଥିଲେ । ଯାହା ଦଳର ବିଜୟକୁ ସହଜ କରିଥିଲା । କିନ୍ତୁ ୨୦୧୭ର ପଞ୍ଚାୟତ ସଫଳତା ୨୦୧୯ରେ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିନଥିଲା । କନକଙ୍କୁ ପ୍ରତ୍ୟାଖିତ କରିଥିଲେ ଭୋଟର । ତେବେ ସାଂସଦ ଭାବେ କନକଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବାଛିଥିଲେ ବଲାଙ୍ଗୀରବାସୀ । ତେବେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବଲାଙ୍ଗୀର ର ପରିବର୍ତ୍ତିତ ରାଜନୀତୀ ବିଜେପି ପାଇଁ ଏତେଟା ଶୁଭଙ୍କର ନ ହୋଇପାରେ । କାରଣ ୨୦୧୭ରେ ବିଜେପି ଟିକେଟରୁ ଜିଲ୍ଲା ପରିଷଦ ହୋଇଥିବା ତଥା ଦଳର ସଙ୍ଗଠନରେ ବଡ ଭୂମିକାରେ ଥିବା ନେତା ପାଣ୍ଡବ ସାହୁ ଏବେ ବିଜେଡି କ୍ୟାମ୍ପରେ ସାମିଲ ହେବା ସହ ପ୍ରାର୍ଥୀ ହୋଇଛନ୍ତି । ଏହାଛଡା ବଲାଙ୍ଗୀର ବିଜେପି ରାଜନୀତିରେ ସିଂହଦେଓ ପରିବାରର ଏକଚାଟିଆ ଆଧିପତ୍ୟକୁ ନେଇ ତୃଣମୂଳସ୍ତରରେ ମଧ୍ୟ ଅସନ୍ତୋଷ ରହିଛି । ଯାହା ବିଜେପି ପାଇଁ ବିପଦ ସୃଷ୍ଟି କରିପାରେ । ସେହିଭଳି ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ମାତ୍ର ୯ଟି ଆସନ ହାତେଇଥିଲା । ତେବେ ୨୦୨୨ ରାଜନୈତିକ ସ୍ଥିତି କିଛି ଭିନ୍ନ ସଂକେତ ଦେଉଛି । ଦଳ ଚଳିତଥର ସଙ୍ଗଠିତ ହୋଇ ନିର୍ବାଚନ ଲଢିବା ଉପରେ ଜୋର ଦେଉଛି । ତେବେ ଏହି ପଞ୍ଚାୟତ ନିର୍ବାଚନ ସିଂହଦେଓ ଭାଇ କଳିକେଶ-ଅର୍କେଶଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ରାଜପରିବାରର ଏହି ଦୁଇ ଭାଇ ଏବେ ପାୱାର କରିଡରରୁ ଦୂରରେ ରହିଥିବାରୁ ପଞ୍ଚାୟତ ଫଳାଫଳ ଆଗାମୀ ନିର୍ବାଚନରେ ଉଭୟଙ୍କ  ଟିକେଟ ପାଇଁ ବାଟ ଫିଟାଇବ । କିନ୍ତୁ ବଲାଙ୍ଗୀର ବିଜେଡି ରାଜନୀତିରେ ରାଜପରିବାରର ପତିଆରା ହ୍ରାସ କରିବାକୁ ଦଳର ଅନ୍ୟ ଛାମୁଆ ନେତା ମଧ୍ୟ ଭିତିରିଆ ବିଭୀଷଣ ସାଜିପାରନ୍ତି । ୨୦୧୭ର ଫଳାଫଳ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା । ତେଣୁ ଏହି ଧାରା ଅବ୍ୟାହତ ରଖିବାକୁ ଦଳର ହେଭିୱେଟ କୁହାଯାଉଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ସଙ୍ଗଠନର ମଙ୍ଗ ଧରିଛନ୍ତି । ସେହିଭଳି ବିରୋଧୀଙ୍କୁ ଘେରିବାକୁ ପାଟଣାଗଡ ଗଡ ବିଧାୟକ ସରୋଜ ମେହେର ଜଗିଥିବା ବେଳେ  ଲୋଇସିଂହା ଓ କଣ୍ଟାବାଞ୍ଝି ଗଡକୁ ସମ୍ଭାଳିଛନ୍ତି ଦଳର ଟାଣୁଆ ସଙ୍ଗଠକ ଆୟୁବ ଖାନ୍ ଓ ନିହାର ବେହେରା ।  ଦଳ ଏଠାରେ ସଙ୍ଗଠିତ ହୋଇ ନିର୍ବାଚନ ଲଢୁଥିଲେ ମଧ୍ୟ ମମିତା ଓ ମଣ୍ଡି ସମସ୍ୟା ପ୍ରସଙ୍ଗ ବିଜେଡି ପାଇଁ ବୁମେରାଂ ହୋଇପାରେ ।
 ଏହାବାଦ୍ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ କମବ୍ୟାକ କରିବାକୁ ସୁଯୋଗ ରହିଛି । କାରଣ ବଲାଙ୍ଗୀର ଜିଲ୍ଲାରେ ଦଳର ଏବେ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜାଙ୍କ ଭଳି ୨ ଜଣ ଟାଣୁଆ ବିଧାୟକ ଥିବା ବେଳେ ସଙ୍ଗଠନରେ ମଧ୍ୟ ସେଭଳି ଫାଟ ନାହିଁ । ଯାହା ଦଳ ପାଇଁ ବରଦାନ ସଦୃଶ । ଗତଥର ଦଳ ୨ଟି ଆସନ ହାତେଇଥିବା ବେଳେ ଏଥର ଏହି ସଂଖ୍ୟାରେ ଦୁଇ ଅଙ୍କରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ରାଜ୍ୟ ରାଜନୀତିରେ କଂଗ୍ରେସର ହାତ ଦୁର୍ବଳ ହେଉଥିବା ବେଳେ ବଲାଙ୍ଗୀରରେ  ଏଥର ହାତ ତାର ପଞ୍ଝାକୁ ଆହୁରି ଟାଣ କରିବାର ଯଥେଷ୍ଟ ସୁଯୋଗ ରହିଛି । ଉଭୟ ବିଜେପି ଓ ବିଜେଡି ବିରୋଧରେ ଥିବା ମାଳ ମାଳ ଅଭିଯୋଗକୁ ପାଥେୟ କରି ଭୋଟରଙ୍କ ଭରସା ଜିତିବା ଲକ୍ଷ୍ୟରେ ରହିଛି ଦଳ । ତେବେ କଂଗ୍ରେସର ତୃଣମୂଳସ୍ତରରେ ସେଭଳି ଫାଟ ନଥିଲେ ମଧ୍ୟ ପଞ୍ଚାୟତ ଫଳାଫଳ ନିର୍ଣ୍ଣୟ କରିବ ଏଠାରେ ନରସିଂହ ମିଶ୍ର ନା ସନ୍ତୋଷ ସିଂ ସାଳୁଜା କାହାର ପତିଆରା ଅଧିକ । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀରରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ତାହା ଏବେ ସସପେନ୍ସ ଘେରରେ । କାରଣ ୨୦୧୯ ନିର୍ବାଚନରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ, ବଲାଙ୍ଗୀର ଭୋଟରଙ୍କ ମୁଡକୁ ବୁଝିବା ନେତାଙ୍କ ପକ୍ଷେ ସମ୍ଭବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like