-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସ ତରଫରୁ ଶୁକ୍ରବାର ଏକ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରେ ଆୟୋଜିତ ହୋଇଥିଲା I ଏହି ଶିବିରରେ ସଭାପତି କାର୍ତ୍ତିକ କଲେତ ତଥା ତାଙ୍କ ଧର୍ମପତ୍ନୀ କୋଷାଧ୍ୟକ୍ଷ ବିଳାସିନୀ ନାୟକ ତାଙ୍କର ୨୧ତମ ବିବାହ ବାର୍ଷିକୀ ଉପଲକ୍ଷେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରେ ସାମାଜିକ ଅନୁଷ୍ଠାନ "ସେବା"ର ସଭାପତି ଅମର ତାଣ୍ଡିଆ, ପୂର୍ବତନ କ୍ଲବ୍ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଏ.ବି.ସି.ଡି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜେନ୍ଦ୍ର ସତନାମୀ, ଉତ୍ତମ ବାଗ୍, ମଞ୍ଜୁ ଓରାମ, ପ୍ରମୋଦ ସେଠ୍, ପ୍ରଶାନ୍ତ ମିଶ୍ର, ମାନସ ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରକ୍ତଭଣ୍ଡାର ପକ୍ଷରୁ ସନ୍ତୋଷ ଗୌଡ, କର୍ମଦେବ ପଟେଲ, ଓମ୍ ଖଣ୍ଡାୟତ, ଦୀପିକା ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ସର୍ବମୋଟ ୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।