-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ଟିଟିଲାଗଡ଼, (ପ୍ରେରଣା ଖବର)-ବଲାଙ୍ଗୀର ଜଲ୍ଲା ଟିଟିଲାଗଡ ବ୍ଲକ କଲୋନୀରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ବ୍ଲକ କର୍ମଚାରୀ କିଶୋର ସାହୁଙ୍କ ପତ୍ନୀ କସ୍ତୁରୀ ବାରିକ ବୋଲି ଜଣାପଡିଛି।ସ୍ଵାମୀ କିଶୋରଙ୍କ କହିବା ମୁତାବକ, ସେ ବ୍ଲକ କାର୍ଯ୍ୟାଳୟରୁ ପୂର୍ବାହ୍ନରେ ଘରକୁ କୌଣସି ଏକ କାମରେ ଯାଇଥିବା ବେଳେ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ। ଆଗ ପଟ ଗେଟ ବନ୍ଦ ଥିବା ବେଳେ ପଛ ଗେଟ ଖୋଲାଥିବା କିଶୋର କହିଛନ୍ତି । ପରେ ତାଙ୍କୁ ଟିଟିଲାଗଡ ଡ଼ାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର କସ୍ତୁରୀଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଡ଼ାକ୍ତରଖାନା କତୃପକ୍ଷଙ୍କ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ମହିଳା ୬ ମାସର ଗର୍ଭବତୀ ଥିବା ଜଣା ଯାଇଛି ।