-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
କଳାହାଣ୍ଡି/କୋକସରା-(ତ୍ରିନାଥ ବେଶ୍ରା)-କଳାହାଣ୍ଡି ଜିଳ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକଙ୍କ ତତ୍ୱାବଧାନ ଓ ଆମପାଣି ଥାନା ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ନେଗି ଙ୍କ ଅଧ୍ୟକ୍ଷତାରେ ଆଜି ଗୋତୋମୁଣ୍ଡା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସ୍ଥାନୀୟ ଯୁବକ ମାନେ ଯୋଗଦେଇ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗୀନୀ ହଂସ, ଗୋତୋମୁଣ୍ଡା ସରପଞ୍ଚ ଜବାହାର ଗୋପାଳ, ସମାଜସେବୀ ଜିତେନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିବାବେଳେ ଆମପାଣି ଥାନା କର୍ମଚାରୀ ମାନେ ସହଯୋଗ କରିଥିଲେ l
ଏହି ରକ୍ତଦାନ କାଯ୍ୟକ୍ରମକୁ ସଫଳ କରିଥିବାରୁ ଗ୍ରାମବାସୀ ମାନେ ପୋଲିସ୍ କର୍ମଚାରୀ ମାନଙ୍କୁ ସାଧୁବାଦ୍ ଜଣାଇ ଥିଲେ l