-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ରାଜନୈତିକ ଉସ୍ମତା ମଧ୍ୟ ବଢି ଚାଲିଛି । ଆଜି ତୃତୀୟ ଦିନରେ ୧୭ ଜଣ ସରପଂଚ, ୫୬ ଜଣ ୱାର୍ଡ ସଭ୍ୟ ଏବଂ ୧୨ ଜଣ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଶିପଡା ପଂଚାୟତରେ ଚାରି ଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, ଚଢେଇପଙ୍କରେ ତିନି ଜଣ ୱାର୍ଡ ସଭ୍ୟ ଓ ଜଣେ ସରପଂଚ, ଜାଲୋଏରେ ଦୁଇ ଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, ଖେମାଲୋଏରେ ଜଣେ ୱାର୍ଡ ସଭ୍ୟ ଓ ଦୁଇଜଣ ସରପଂଚ, କଲାପଥରରେ ଦଶ ଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, କୋଟସମଲାଇରେ ତିନି ଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ,
ମହଦାରେ ତିନିଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, ମୁଣ୍ଡୋଘାଟରେ ଜଣେ ୱାର୍ଡ ସଭ୍ୟ ଓ ତିନି ଜଣ ସରପଂଚ, ନିମନାରେ ତିନି ଜଣ ୱାର୍ଡସଭ୍ୟ ଜଣେ ସରପଂଚ, ରକ୍ସାରେ ଚାରି ଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, ପଂଚମହଲାରେ ଚାରିଜଣ ୱାର୍ଡସଭ୍ୟ ଓ ତିନି ଜଣ ସରପଂଚ, ଏସପତ୍ରାପାଲିରେ ଚାରିଜଣ ୱାର୍ଡସଭ୍ୟ ଓ ଜଣେ ସରପଂଚ, ସିଣ୍ଢୋଲରେ ଜଣେ ୱାର୍ଡସଭ୍ୟ, ଉଲୁଣ୍ଡାରେ ସାତ ଜଣ ୱାର୍ଡସଭ୍ୟ, ଲସ୍ତଲାରେ ତିନି ଜଣ ୱାର୍ଡସଭ୍ୟ, କାଦୋଦରରେ ଜଣେ ୱାର୍ଡସଭ୍ୟ, ଜଉଁରାଭଉଁରାରେ ଦୁଇଜଣ ୱାର୍ଡସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ୧୨ ଜଣ ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଳ କରିଥିବା ଜଣାପଡିଛି ।