-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିଗାଁ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣଡିହି ଗ୍ରାମ ଠାରେ ୧୬ ତମ ବୁଢାରଜା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସମାପନ ହୋଇ ଯାଇଛି | ବାଦିମାଲ ଏବଂ ଡଙ୍ଗା ଘାଟ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ଖେଳ ରେ ଡଙ୍ଗାଘାଟ ଦଳ ବିଜୟୀ ହୋଇଥିଲେ | ଏହି ଅବସର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଦାଶ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ବିଜୟୀ ଦଳ ଏବଂ ପରାଜିତ ଉଭୟ ଦଳକୁ ପୁରସ୍କୃତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସୁଦାମ ଦାଶ,ବିରଞ୍ଚି ଗୌନ୍ତିଆ,ମିତ୍ରଭାନୁ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ | କ୍ରିକେଟ କମିିଟି ର ପ୍ରକାଶ , କମଲ , ଜିତୁ,ଗୌତମ,କରୁଣା,ମିଳୁ, ଦାମୋଦର,ଉପେନ୍ଦ୍ର,ଅକ୍ଷୟ ପ୍ରମୁଖ ଆୟୋଜିତ ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ