-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ବରଗଡ଼/ଗାଇସିଲେଟ: - ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ ପରିବାର ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ହେବା ପାଇଁ ୨୦୧୭ ବର୍ଷରେ କ ଫର୍ମ ରେ ଆବେଦନ କରିଥିଲେ କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଚ୍ଚା ଘରକୁ ପକ୍କା ଘର କରିବାକୁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଅନେକ ପରିବାର ବଞ୍ଚିତ ହୋଇ ରହିଯାଇଛନ୍ତି l ୨୦୧୯ ସୁଦ୍ଧା ସମସ୍ତ ଙ୍କ ନାମ ଥିଲା ଆମ୍ଭ ପରିବାର ର ସମସ୍ତ ସଦସ୍ୟ ଙ୍କ ଆଧାରକାର୍ଡ ମଧ୍ୟ ମାଗିଥିଲେ l କିନ୍ତୁ କିଛି ଦିନ ହେବ ଜଣାପଡିଛି ଯେ,ଏହି ତାଲିକା ରେ କାହାରି ନାମ ଉଲ୍ଲେଖ ନାହିଁ l ବ୍ଲକ କୁ ଯାଇ ବୁଝିଲା ବେଳେ କି ଫର୍ମ ଦିଅ,ଯେତେବେଳେ ଅନଲାଇନ ହେବ କରିଦେବୁ କହି ବର୍ଷ ବର୍ଷ ହେଲା ବିଭିନ୍ନ ବାହାନ କରିଚାଲିଛନ୍ତି l ସରକାରୀ ଅଫିସର ମାନେ ଏବେ ତାଙ୍କ ଘରୁ ଦେଲା ଭଳି ଯୋଗ୍ୟ ଲୋକ ଙ୍କ ନାଁ କାଟିଦେଇଛନ୍ତି l ଯଦ୍ୱାରା ୪୦ ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାରୁ ବାଦ ପଡିଯାଇଛନ୍ତି l ଆଜି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ଦେଇଛନ୍ତି l ଆସନ୍ତା ଏକ ମାସ ମଧ୍ୟରେ ସରଜମିନ ତଦନ୍ତ କରି ତାଲିକାରେ ସାମିଲ କରିଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି l ସହଦେବ ସାହୁ, ପୁରନ୍ଦର ସାହୁ, ଧ୍ରୁବ ସାହୁ, ଯୁଧିଷ୍ଠିର ସାହୁ, ସୁଦାମ ଚରଣ ସାହୁ,ତିଲତ୍ତମା ବେହେରା, ସାବିତ୍ରୀ ପଧାନ ପ୍ରମୁଖ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ବେଳେ ସାମିଲ ଥିଲେ l